ଦୁର୍ଗା ପ୍ରସାଦ ପଟ୍ଟନାୟକଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉତ୍କଳ ସମ୍ମିଳନୀ ଗଜପତି ଶ୍ୟାଖା ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ସାରସ୍ଵତ ସାଧକ ଦୁର୍ଗା ପ୍ରସାଦ ପଟ୍ଟନାୟକଙ୍କ ବିୟୋଗରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସୌରଭ ବୈଠକରେ ଦିବଙ୍ଗତ ଅମର ଆତ୍ମାର ପାର୍ଥିବ ସଂସାରର ଦେଇଥିବା ଅଶ୍ରୁଳ ଅଲିଭା ଅବଦାନ ସମ୍ପର୍କରେ ବକ୍ତା ମାନେ କହିଥିଲେ। ସେ ଜଣେ କର୍ମଠ , ଓଡ଼ିଆ ସ୍ଵାଭିମାନୀ ପୁରୁଷ , ଜଣେ ବେଶ୍ ଜଣାଶୁଣା ବ୍ୟକ୍ତିତ୍ବ ଶ୍ରେଷ୍ଠ ଶ୍ରୋତା , ଦର୍ଶକ ଏବଂ ସମୀକ୍ଷକ ଭାବେ ଆମ ଅଞ୍ଚଳରେ ବେଶ୍ ନାମ କରିସାରିଛନ୍ତି । ବିନୋଦ ଚନ୍ଦ୍ର ଜେନା , ଜଗଦିଶ ମହାପାତ୍ର , ବିଚିତ୍ରାନନ୍ଦ ବେବର୍ତ୍ତା , ଅଶ୍ୱିନୀ ପାଢ଼ୀ , ଭାଗବତ ପାଢୀ , ବି.ଜନାର୍ଦ୍ଦନ ରାଓ , ନରସିଂହ ଗୌଡ଼ , ତ୍ରିପତି ପଣ୍ଡା , ସଚ୍ଚିଦାନନ୍ଦ ସାମଲ , ଆର୍ତ୍ତତ୍ରାଣ ଚଇନି , ଶରତ ଚନ୍ଦ୍ର ସାହୁ , ସୁରେଶ ଦାସ , କୈଳାସ ମହାଙ୍କୁଡ ପ୍ରଭୃତି ଯୋଗ ଦାନ କରି ସ୍ବର୍ଗତ ପଟ୍ଟନାୟକଙ୍କ ବହୁମୁଖି ପ୍ରତିଭା ବର୍ଣ୍ଣନା କରିଥିଲେ।

Leave A Reply

Your email address will not be published.