
ସାରସକଣା ରୁ ଦିପୁ ମହାପାତ୍ର: ମୟୁରଭଂଜ ଜିଲ୍ଲାର ସାରସକଣା ବ୍ଲକ ତିନି ରାଜ୍ୟ ସୀମାନ୍ତ ଜାମସୋଳା ଠାରେ ଚାଲିଛି ବେଧଡକ ବାଲି ଚୋରା ଚାଲାଣ। ସୂଚନା ମୁତାବକ ସୁବର୍ଣ୍ଣରେଖା ନଦୀ ପାଲଟିଛି ଚୋରା ବାଲି ଚାଲାଣର ଗନ୍ତାଘର । ଶହ ଶହ ହାଇୱା ଏବଂ ଟ୍ରାକ୍ଟର ଦ୍ଵାରା ସୁଦୂର ଝାରଖଣ୍ଡ ରାଜ୍ୟ କୁ ଚାଲାଣ ହେଉଛି ଚୋରା ବାଲି । ଖୁଦ୍ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିଜ ଜିଲ୍ଲା ମୟୁରଭଂଜ, କିନ୍ତୁ ଚେଇଁ ଶୋଇ ଥିବ ଯିଏ ତାକୁ ଉଠାଇବ କିଏ ନୀତିରେ ଏଠି ତହସିଲ ,ମାଇନିଙ୍ଗ ଏଵଂ ମାତ୍ର ସାତ କିଲୋମିଟର ରେ ଥିବା ଝାରପୋଖରିଆ ଥାନା ପୋଲିସ ଚୁପ୍ ହୋଇ କାହିଁକି ବସିଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଜାମସୋଳା ଅଞ୍ଚଳରେ ଲୋକ ଦେଖାଣିଆ ତହସିଲ ମଝିରେ ମଝିରେ ଗୋଟିଏ କିମ୍ବା ଦୁଇଟି ଚୋରା ବାଲି ଗାଡ଼ି କୁ ଧରି ଅଳ୍ପ ଫାଇନ ନେଇ ଛାଡ଼ି ଦେବା ଏଵଂ ପର ମୁହୁର୍ତ ରେ ଚୁପ୍ ହୋଇ ବସିବା ଭଳି ଘଟଣା କୁ ଲକ୍ଷ୍ୟ କରି ବିଭାଗ ମୋଟା ଅଙ୍କର ପଇସା ନେଇ ଚୁପ୍ ରହୁ ନାହାନ୍ତି ତ ,ଏହାକୁ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଝାରପୋଖରିଆ ଥାନା ଅଧିକାରୀଣୀ ପ୍ରାରମ୍ଭରେ ବଡ଼ ତତ୍ପରତା ଦେଖାଉ ଥିଲା ବେଳେ ଏବେ ଚୁପ୍ କାହିଁକି। ତେବେ ଜମାସୋଲା ଠାରେ ପ୍ରତ୍ୟେକ ଦିନ ବିଭିନ୍ନ ଆଳ ଦେଖାଇ ବିଭିନ୍ନ ନାମରେ ଭାରିଯାନ ଠାରୁ ଜୋର୍ ଜବରଦସ୍ତ ବଟି ଆଦାୟ କରିବା ,ବିଗତ ଦିନରେ ବନ୍ଧୁକରୁ ଗୁଳି ଫୁଟିବା ଏବଂ ବିଭିନ୍ନ ରାଜ୍ୟ ର ଅପରାଧୀଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ଘଟଣା କୁ ନେଇ ତିନି ରାଜ୍ୟ ସୀମାନ୍ତ ଜାମସୋଳା ବର୍ତ୍ତମାନ ଆଇନ ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏଥିପ୍ରତି ଦୃଷ୍ଟି ଦେଇ ଜାମସୋଳା ଠାରେ ଏକ ଫାଣ୍ଡି ସହ ଆଇନ୍ ଅବ୍ୟବସ୍ଥା କୁ ସୁଧାର ଆଣିବା ପାଇଁ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଆଗକୁ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।