ଜମନକିରା ୧୮/୧୧/୨୩(ଲିପନ ନାଏକ ): ଜମନକିରା ବ୍ଲକ କେନାଢିପା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଜଳବିଭାଜିକା ପ୍ରକଳ୍ପ ପ୍ରଶାସକ ଗୋପିନ୍ଦ୍ର ଭୋଇ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଯାପିତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ପୂର୍ବତନ ଛାତ୍ର ସଂସଦ ସଭାପତି ହରେଶ ପଟେଲ, ଅବସରପ୍ରାପ୍ତ କ୍ଷେତ୍ର ନିରୀକ୍ଷକ ତ୍ରିଲୋଚନ ପଟେଲ, ଅବସରପ୍ରାପ୍ତ ପରୀକ୍ଷା ନିୟନ୍ତ୍ରକ ହେମନ୍ତ କୁମାର ନାୟକ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭୁବନେଶ୍ୱର ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ଅମୋଘ ବୈରିଗଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତା ଭୋଇ, ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ଜୋନ ୨ ତନୟା ଧୂରୁଆ, ସରପଞ୍ଚ କଲ୍ୟାଣୀ ନାଏକ, ସମିତି ସଭ୍ୟ ଶାନ୍ତିଲତା ଧୁରୂଆ, ପରିଚାଳନା କମିଟି ସଭାପତି ପବିତ୍ର ଭୋଇ, ଶିକ୍ଷକ ସଂଘ ଉପଦେଷ୍ଟା ଦିଲୀପ ବହିଦାର, ଡ଼ା. ବାସନ୍ତୀ ତାଣ୍ଡିଆ, ପ୍ରଧାନ ଶିକ୍ଷକ ଅମୋଘ ବୈରିଗଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷକ ଅନ୍ତର୍ଯ୍ୟାମୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବ୍ଲକ ସ୍ତରରୁ ୧୬୨ଟି ସ୍କୁଲରୁ ମୋଟ ୧୩୦ ଗୋଟି ଜ୍ଞାନ ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିଲା। କନିଷ୍ଠ ବର୍ଗରେ ଭୋଜପୂର ସରକାରୀ ବିଦ୍ୟାଳୟ, ଗୁଣ୍ଡୁରୁଚୁଆଁ ସ୍କୁଲ, ଚିନିମହୁଲ ଆଦର୍ଶ ବିଦ୍ୟାଳୟ , କେନାଢ଼ିପ ସ୍କୁଲ, ବାମଣ୍ଡାଗଡ ସ୍କୁଲ ଏବଂ ବଡରମା ସ୍କୁଲ ପୁରସ୍କୃତ ହୋଇଥିବା ବେଳେ ବରିଷ୍ଠ ବର୍ଗରେ ଟିକିଲିପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ, ଜମନକିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କେନାଢ଼ିପା ଉଚ୍ଚ ବିଦ୍ୟାଳୟ, ଭୋଜପୁର ଉଚ୍ଚ ବିଦ୍ୟାଳୟ ଏବଂ କସଡା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ ହୋଇଥିଲେ। ଜିଲ୍ଲା ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ କୃତୀ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରି ନିଜ ନିଜର ପ୍ରକଳ୍ପ ପ୍ରଦର୍ଶନ କରିବେ।
Sign in
Sign in
Recover your password.
A password will be e-mailed to you.