ରାଜବୋଡାସମ୍ବର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଦ୍ବାରା ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ପ୍ରଦାନ l

0

ପଦ୍ମପୁର :- ତୃଣମୂଳ ସ୍ତରରୁ ଓଡ଼ିଆ ଭାଷାକୁ ସୁଦୃଢ କରିବା ଓ ବିଶ୍ବବ୍ଯାପୀ ତାର ପ୍ରଚାର ପ୍ରସାରର ମହୋତ୍ତର ଲକ୍ଷ୍ଯକୁ ନେଇ ଆରମ୍ଭ ହୋଇଛି ରାଜ୍ଯ ସରକାର ଙ୍କ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର । ଏହି କ୍ରମରେ ରାଜବୋଡାସମ୍ବର ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ପ୍ରଥମ ପର୍ଯ୍ୟାୟରେ କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ଓଡ଼ିଆ ଭାଷା ବୃତ୍ତି ପୁରସ୍କାରର ମାନପତ୍ର ପ୍ରଦାନ କରିଛନ୍ତି ଓ ପୁରସ୍କାର ଅର୍ଥରାଶି ୫୦୦୦ ଟଙ୍କା ସେମାନ ଙ୍କ ବ୍ୟାଙ୍କ୍ ଏକାଉଣ୍ଟକୁ ଦିଆଯାଇଛି । ଶ୍ରୀ ଭୋଇ ରାଜବୋଡାସମ୍ବର ଗୋଷ୍ଠି ଶିକ୍ଷା କାର୍ଯ୍ଯାଳୟର ଦୁଇ ଏବିଇଓ ରାମସିଂହ ଭୋଇ ଓ ଶିବପ୍ରସାଦ ଯୋଶୀଙ୍କ ସହ ଟାଉନ୍ ହାଇସ୍କୁଲ୍, ପଦ୍ମପୁରର ସୁମିତ ପଟେଲ, ଚିଙ୍କୁ ନାଏକ ଏବଂ ଘନାମାଲ ହାଇସ୍କୁଲର ମଳୟ ବେହେରା, ଶୁଭଶ୍ରୀ ମିଶ୍ର ଓ କେଶନ ବାରିକ ଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ଗ୍ରହଣକରି ଛାତ୍ରୀ ଛାତ୍ର ମାନେ ବିଶେଷ ଭାବରେ ଉତ୍ସାହିତ ହୋଇଛନ୍ତି ବୋଲି ମତ ରଖିଥିଲେ ।

Leave A Reply

Your email address will not be published.