ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ପ୍ରେସ୍ କ୍ଲବ ଆନୁକୂଲ୍ୟରେ ଜାତୀୟ ଗଣମାଧ୍ୟମ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ଆଲୋଚନାଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପୂର୍ବତନ ନଗରପାଳ ଦିଲିପ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସୁସ୍ଥ ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ କ୍ଲବର ବରିଷ୍ଠ ସଦସ୍ୟ ବଳରାମ ମହାନ୍ତି ସ୍ଵାଗତ ଭାଷଣ ଦେବା ସହ ଅତିଥୁ ପରିଚୟ କରାଇଥିଲେ। ସମ୍ପାଦକ ମଧୁସୂଦନ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ସମାଜସେବୀ ବ୍ରଜକିଶୋର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଉଦ୍ବୋଧନ ଦେଇଥିଲେ। ବଡ଼ବିଲ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡ.ଅସୀତ କୁମାର ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ପୁରାତନ ଏବଂ ଆଧୁନିକ ଯୁଗରେ ସମ୍ବାଦ ପରିବେଷଣର ପ୍ରକାର ଭେଦ, ଭାରତୀୟ ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭର ଗୁରୁତ୍ଵପୂର୍ଣ ଭୂମିକା, ନିରପେକ୍ଷ ସମ୍ବାଦ ପରିବେଷଣର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ବଡ଼ବିଲ ପ୍ରେସ କ୍ଲବର ସଭାପତି ସୁବୋଧ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ତ୍ରିବେଣୀ କଳାକେନ୍ଦ୍ରର କଳାକାରଙ୍କ ଦ୍ବାରା ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post