ଗୁରୁତର ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

0

ଭୁବନେଶ୍ୱର: ଜଣେ ଗୁରୁତର ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ | ଘଟଣାନୁଯାୟୀ ପ୍ୟାରୀ ବିବି(୪୫ବର୍ଷ) ନାମକ ଜଣେ ମହିଳା ଗୁରୁତର ରକ୍ତହୀନତା ରୋଗରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ ହଠାତ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତର ତୁରନ୍ତ ଓ’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ପରାମର୍ଶ ଦେଇଥିଲେ | କିନ୍ତୁ ଏହି ସମୟରେ ରକ୍ତଯୋଗାଡ଼ କରିବାକୁ ବିଫଳ ହୋଇ ହତାଶ ହୋଇପଡ଼ିଥିଲେ ରୋଗୀଙ୍କ ସମ୍ପର୍କୀୟ |ସୌଭାଗ୍ୟବସତଃ ସଠିକ ସମୟରେ ୧୦୮ ଆମ୍ବୁଲାନ୍ସ ଇଏମଟି ପ୍ରସନଜିତ ମହାନ୍ତି ଏହି ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ ଏବଂ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ଓ’ପଜିଟିଭ ଥିଲା । ତେଣୁ ସେ ତୁରନ୍ତ ରକ୍ତଦାନ ପାଇଁ ଆଗେଇ ଆସିଥିଲେ ଏବଂ ରକ୍ତଦାନ କରିଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ରୋଗୀଙ୍କୁ ଏକ ନୂଆ ଜୀବନ ମିଳିପାରିଛି । ଏଥିପାଇଁ ସର୍ବସାଧାରଣରେ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରାଯାଇଛି ।

Leave A Reply

Your email address will not be published.