ରାଇଘର /ପୁଷ୍ପା ରାଣୀ-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଳିଡଙ୍ଗରି ପଂଚାୟତ ଅଧିନସ୍ଥ ସରଗୁଲି ଗ୍ରାମର ଜୟରାମ ଗଣ୍ଡଙ୍କ ପୁଅ ପ୍ରସାଦ ଗଣ୍ଡ (20), ବାଲ୍ୟରୁ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ସହାୟତା ମିଳିନଥିବା ପ୍ରସାଦ ଙ୍କ ପିତା ଜୟରାମ ଅଭିଯୋଗ କରିଛନ୍ତି |ପ୍ରସାଦଙ୍କ ଡାହାଣ ଗୋଡ଼ ମୋଡି ହୋଇ ରହିଥିବା ଯୋଗୁଁ ତାଙ୍କର ଚଲାବୁଲା କରିବାରେ ବଡ଼ ଅସୁବିଧା ଭୋଗୁଥିବା କହିଛନ୍ତି ପ୍ରସାଦଙ୍କ ବାପା |ଅନ୍ୟପଟେ ଜୟରାମ ଗଣ୍ଡ ଏକ ଦିନ ମଜୁରିଆ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ପୁଅର ଚିକିତ୍ସା କରିବା ପାଇଁ ଅସମର୍ଥ |ତେଣୁ ତାର ଚିକିତ୍ସା ପାଇଁ କୌଣସି ବଡ଼ ଡାକ୍ତରଖାନାକୁ ନେଇ ଯାଇପାରୁନାହାନ୍ତି |ପୁଅକୁ ସରକାରୀ ସହାୟତା ଟିକେ ଯୋଗେଇ ଦେବାପାଇଁ ପଂଚାୟତର ୱାର୍ଡ ମେମ୍ବର, ସରପଞ୍ଚ ସମିତିସଭ୍ୟ, ଏପରିକି ବ୍ଲକ ର ଉପରିସ୍ଥ ଅଧିକାରୀ ମାନଙ୍କୁ ମଧ୍ୟ ଗୁହାରୀ କରି ସାରିଛନ୍ତି |ହେଲେ ଏଯାଏ କେହି ସାହାଯ୍ୟର ହାତ ବଢ଼େଇ ନାହାନ୍ତି |ଜନ ପ୍ରତିନିଧି ତଥା ବିଧାୟକ ସାଂସଦ ଓ ଚେୟାରମ୍ୟାନ ମାନଙ୍କୁ ମଧ୍ୟ ଭେଟି ପୁଅ କଥା ଗୁହାରୁଛନ୍ତି |ହେଲେ କେହି ହେଲେ ତାଙ୍କ ନିବେଦନକୁ କର୍ଣ୍ଣପାତ କରୁନାହାନ୍ତି | ପ୍ରଶାସନ ଏ ପୁଅ ପାଇଁ କିଛି ନହେଲେ ମଧ୍ୟ ଭିନ୍ନକ୍ଷମ ଭତ୍ତା ସାଙ୍ଗକୁ ଏକ ରିକ୍ସା ଯୋଗେଇଦେଲେ ସେ ଉପକୃତ ହୋଇପାରନ୍ତା ବୋଲି ପ୍ରସାଦ ଙ୍କ ପରିବାର ଲୋକ ଓ ସାହିବାସିନ୍ଦା ଦାବୀ କରୁଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post