ଅଞ୍ଚଳ ମହାବିଦ୍ୟାଳୟ ପଡିଆରେ ୧୪ ତମ ହଷ୍ଟେଲ୍ ପ୍ରିମିୟର ଲିଗ୍ ଉଦଘାଟିତ l

0

ପଦ୍ମପୁର :- ବାଳକ ଛାତ୍ରାବାସ ର ୧୪ ତମ ହଷ୍ଟେଲ୍ ପ୍ରିମିୟର ଲିଗ୍ ଉଦଘାଟିତ ହୋଇଯାଇଛି l ହଷ୍ଟେଲ ଅଧିକ୍ଷକ ଡଃ ବିରଞ୍ଚି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସହ ଅଧିକ୍ଷକ ଓମ୍ ପ୍ରକାଶ ସତନାମି, ଅଧ୍ୟାପକ ସଦାନନ୍ଦ ଭୋଇ, ଛାତ୍ରାବାସ ସହାୟକ ସଞ୍ଜିବ କୁମାର ଜେନା, ବ୍ୟାସଦେବ ବଢେଇ, ଡୁଲେଶ୍ଵର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l ଅମ୍ପାୟାର ଭାବରେ ଦୀପକ ରଣା ଓ ଲୋକେଶ ପଧାନ, ସ୍କୋରର୍ ବିଶ୍ୱଦେବ ଲୁହାର, ଆକାଶ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଛାତ୍ର ସୁନୀଲ, ନିଶାନ୍ତ, ଆଲୋକ, ତିଲକ୍, ଲେନିନ୍, ଡିଲେଶ୍ ଏବଂ ରମେଶ ପ୍ରମୁଖ ପରିଚାଳନା କରିଥିଲେ l ଷୋହଳ ରୁ ଆରମ୍ଭ ହୋଇଥିବା ଏହି ପ୍ରିମିୟର ଲିଗ୍ ଉଣେଇଶ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅଧିକ୍ଷକ ଜଣାଇଛନ୍ତି l

Leave A Reply

Your email address will not be published.