ବନ୍ଧୁତ୍ଵପୂର୍ଣ୍ଣ ଏବଂ ଭାତୃତ୍ବଭାବର ବାର୍ତ୍ତା ଆଦାନ ପ୍ରଦାନ ପାଇଁ ମାହାଙ୍ଗା ବିଜେପି ନେତା ଚୌଧୁରୀ ପ୍ରଭାତକେଶରୀ ମିଶ୍ରଙ୍କ ପଞ୍ଚାୟତ ପରିକ୍ରମା l
ନିଶ୍ଚିନ୍ତକୋଇଲି – ଶାସକପ୍ରଶାସକ ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀର କିପରି ପୂର୍ବ ଗରିମା ଫେରିଆସିବ, ଏକ ନୂତନ ଆଦର୍ଶ, ସ୍ୱାଭିମାନୀ ମାହାଙ୍ଗା ଗଠନ ହେବ ଏବଂ ଆଜିର ଯୁବକମାନଙ୍କୁ କିପରି ଓଡିଶା ବାହାର ନୁହେଁ ବରଂ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଚାକିରୀର ସୁଯୋଗ ପାଇପାରିବେ ସେ ନେଇ ମାହାଙ୍ଗା ବରିଷ୍ଟ ବିଜେପି ନେତା ତଥା ସଦସ୍ୟ ରାଷ୍ଟ୍ରୀୟ ବୋର୍ଡ, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ଭାରତ ସରକାର ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ବନ୍ଧୁତ୍ଵପୂର୍ଣ୍ଣ ଏବଂ ଭାତୃତ୍ବଭାବର ବାର୍ତ୍ତା ଆଦାନ ପ୍ରଦାନ କରୁଛନ୍ତି । ଏହି ପ୍ରରୀପେକ୍ଷୀରେ ଗୁରୁବାର ଦିନ ବରିଷ୍ଟ ବିଜେପି ନେତା ଶ୍ରୀ ମିଶ୍ର ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚାୟତ ତେନ୍ତଲପୁର ଗ୍ରାମ ପରିକ୍ରମା କରି ଅନେକ ପରିବାର ସଦସ୍ୟ ସହିତ ମିଶିବା ସହିତ ସରକାରୀ ଯୋଜନାର କାର୍ଯ୍ୟକାରୀ ସମ୍ପର୍କରେ ପଚାରି ବୁଝିଥିଲେ । ସେହି ଗ୍ରାମର ବହୁ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ସ୍ଥାନୀୟ ଲୋକମାନେ ଶ୍ରୀ ଚୌଧୁରୀଙ୍କୁ ଅବଗତ କରାଇଥିଲେ । ଶ୍ରୀ ମିଶ୍ର ସେମାନଙ୍କ ଅସୁବିଧାକୁ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟିକୁ ଆଣି ଏହାର ସମାଧାନ କରିବେ ବୋଲି ପ୍ରକାଶ କରିଥିଲେ । ଏପରିକି ବିଜେପି ନେତା ଶ୍ରୀ ମିଶ୍ର ପଞ୍ଚାୟତ ପରିକ୍ରମା ସମୟରେ ବିଶେଷ କରି ଲୋକମାନଙ୍କ ରାସ୍ତାଘାଟ ସମସ୍ୟା, ପାନୀୟଜଳ ସମସ୍ୟା, ଆବାସଗୃହ ପାଇବାରୁ ବଞ୍ଚିତ ହିତାଧିକାରୀ ମାନଙ୍କ ସମସ୍ୟା, ବେରୋଜଗାରୀ ସମସ୍ୟା ସମ୍ପର୍କ ରେ ସାଧାରଣ ଜନତାମାନଙ୍କ ଠାରୁ ଜାଣିବାକୁ ପାଇଥିଲେ ଏବଂ ରାଜ୍ୟ ସରକାରଙ୍କ 23 ବର୍ଷ ଶାସନ ପରେ ମଧ୍ୟ ଏଭଳି ଦୁର୍ଦଶା ଜନସାଧାରଣଙ୍କ ର ଦେଖି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିବା ସହିତ କିଭଳି ଭାବରେ ଏହି ସମସ୍ୟାର ସମାଧାନ କରାଯାଇପାରିବ ସେ ନେଇ ବିଶେଷ ଭାବେ ଆଲୋଚନା କରିଥିଲେ l ପରେ ପରେ ଶ୍ରୀ ମିଶ୍ର ସରପଡ଼ା ପଞ୍ଚାୟତ ବୋଧଙ୍ଗ ଗ୍ରାମର ସର୍ଗତ ନାରାୟଣ ମିଶ୍ରଙ୍କ ଧର୍ମପତ୍ନୀ କୌଶଲ୍ୟା ଦେବୀ (୯୨)ଙ୍କ ବିୟୋଗ ଖବର ପାଇ ସେଠାରେ ପହଂଚି ଶ୍ମଶାନରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କ ପୁତ୍ର ପ୍ରକାଶ ମିଶ୍ରଙ୍କୁ ଭେଟି ଗଭୀର ସମବେଦନା ଜଣାଇଥିଲେ । ବରିଷ୍ଟ ବିଜେପି ନେତା ଶ୍ରୀ ମିଶ୍ରଙ୍କ ସହିତ ବିଜେପି ନେତା ମିନକେତନ ଦାସ, ପ୍ରାକ୍ତନ ଶିକ୍ଷା ନିରଖିକ ଗୋଲକ ଚନ୍ଦ୍ର ବେହେରା, ସୋମନାଥ ମହନ୍ତ, ବିରବର ସ୍ୱାଇଁ, ଦିଲ୍ଲୀପ କୁମାର ସ୍ୱାଇଁ, ଭଜମନ ବେହେରା,ନିକୁଞ୍ଜରଞ୍ଜନ ମହାନ୍ତି, ପ୍ରଫୁଲ୍ଲ ମହାପାତ୍ର, ସୂର୍ଯ୍ୟକାନ୍ତ ହରିଚନ୍ଦନ,ଜଗବନ୍ଧୁ ସ୍ୱାଇଁ, ମଳୟ କୁମାର ଘଡ଼ାଇ, ବୈଦ୍ୟନାଥ ବେହେରା,ବିଭୁତିଭୁଷଣ ସ୍ୱାଇଁ, ବିଭୁତିନାରାୟଣ ବାରିକ, ଅଶୋକ କୁମାର ମଲିକ, ପ୍ରମୋଦ ବାରିକ, ଯୋଗେନ୍ଦ୍ର ବାରିକ ଙ୍କ ସମେତ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।