ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ରାଉରକେଲା ରେ ଜାତୀୟ ପ୍ରେସ ଦିବସ ପାଳନ

0

ରାଉରକେଲା :(ବସନ୍ତ କୁମାର ଜେନା): ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ରାଉରକେଲା ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ ଏକ ସଭା ପାନପୋଷ ଉପଖଣ୍ଡ କୃଷି ବିଭାଗ ସଭାଗୃହରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟଅତିଥିଭାବେ ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ ଯୋଗଦେଇ ଆଲୋଚନାର ପ୍ରସଙ୍ଗ ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’ ଶୀର୍ଷକ ଆଲୋଚନା କରିଥିଲେ। ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ସାମ୍ବାଦିକମାନଙ୍କ ଗୁରୁତ୍ୱ ଭୂମିକା ସମ୍ପର୍କରେ କହିବା ସହ ମଣିଷର ବୁଦ୍ଧିମତା ସର୍ବଦା ସର୍ବୋଚ୍ଚ ସ୍ଥାନରେ ରହିବ ଏବଂ କୃତ୍ରିମ ବୁଦ୍ଧିମତା ଏହାର ବିକଳ୍ପ ନୁହେଁ ବୋଲି କହିଥିଲେ। କୃତ୍ରିମ ବୁଦ୍ଧିମତାକୁ ସ୍ୱାସ୍ଥ୍ୟଗତ ସୁବିଧା ସହିତ ପ୍ରତିରକ୍ଷା କ୍ଷେତ୍ରରେ ବହୁଳ ବ୍ୟବହାର କରିବା ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମାନିତ ଅତିଥିଭାବେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଚନ୍ଦ୍ରକାନ୍ତ ମଲ୍ଲିକ ଯୋଗଦେଇ ମଣିଷ ପ୍ରଯୁକ୍ତି ବିଦ୍ୟା ଓ ଯନ୍ତ୍ରର ଜନକ ହୋଇଥିବାରୁ ପ୍ରଯୁକ୍ତି ବିଦ୍ୟା ବା ଯନ୍ତ୍ର ମଣିଷର ନିୟନ୍ତ୍ରଣାଧୀନ ରହିବ ବୋଲି କହିଥିଲେ। ଅନ୍ୟତମ ଅତିଥିଭାବେ ଜିଲ୍ଲା କୃଷି ଅଧିକାରୀ ପାନପୋଷ ରିଲିଜିଅସ୍‌ ବେକ୍‌ ଯୋଗଦେଇ କୃତ୍ରିମ ବୁଦ୍ଧିମତାର ଆବଶ୍ୟକତା ରହିଛି ବୋଲି କହିବା ସହ ଆବଶ୍ୟକତା ସମୟରେ ଏହାର ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଥିଲେ। ମହେନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ରାଜା ମହାନ୍ତି, ସତ୍ୟାନନ୍ଦ ବେହେରା, କୁଞ୍ଜ ବିହାରୀ ରାଉତ, ଦେବବ୍ରତ ପଟ୍ଟନାୟକ ଓ ଚିତ୍ତରଞ୍ଜନ ରଞ୍ଜନ ବ୍ରହ୍ମାଙ୍କ ସମେତ ବିବେକାନନ୍ଦ ଦାସ ପ୍ରମୁଖ ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ନିଜ ନିଜ ମତବ୍ୟକ୍ତ କରିଥିଲେ। ଏଥିରେ ବଣାଇଁ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୁଷ୍ପାଜଂଳି ସାହୁ । ଶେଷରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.