ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଭାରତ ଏକ କୃଷିପ୍ରଧାନ ଦେଶ ଏବଂ ଜଗତସିଂହପୁର ଜିଲ୍ଲା ଆଜି କୃଷି ଓ ପଶୁପାଳନରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ l ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମସ୍ତଙ୍କ ପଡିଆରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀଙ୍କ ଅଧ୍ୟକ୍ଷତାରେ ସରକାରୀ ସ୍ୱାସ୍ଥ୍ୟ ସେଚେତକ ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଜିଲ୍ଲାକୁ ମତ୍ସ୍ୟ ଓ ପଶୁପାଳନରେ ଓ କୃଷି କ୍ଷେତ୍ରରେ ଅଗ୍ରଣୀ କରାଇପାରିଥିବାରୁ ଜିଲ୍ଲାବାସୀଙ୍କୁ କୃତଂଜ୍ଞତା ଜ୍ଞାପନ କରିଥିଲେ l ଆଜି ଓଡିଶା ଭାରତବର୍ଷରେ ୫ ଥର କୃଷିକର୍ମଣ ପୁରସ୍କାର ହାସଲ କରିଛି l ଜଗତସିଂହପୁର ଜିଲ୍ଲାରେ ମତ୍ସ୍ୟ ଓ ଦୁଗ୍ଧ ଉତ୍ପାଦନରେ ଅଦ୍ଭୁତପୂର୍ବ ସଫଳତା ସହ ଯୋଡିହୋଇଛି ବିକାଶର ନୂଆଫଳ ଏବଂ ସୃଷ୍ଟି କରିଛି ରୋଜଗାରର ନୂତନ ପନ୍ଥା ବୋଲି ମତବ୍ୟକ୍ତ କରିଥିଲେ ବିଧାୟକ, ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରମୁଖ ଶାସନ ସଚିବ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଶ୍ରୀ ସୁରେଶ କୁମାର ବିଶିଷ୍ଟ ଦୁଗ୍ଧ ଉତ୍ପାଦନରେ ଜଗତସିଂହପୁର ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାବାସୀଙ୍କୁ ଶୁବେଚ୍ଛା ଜଣାଇଥିଲେ l ଗୋ – ସମ୍ପଦରେ ମଧ୍ୟ ଜିଲ୍ଲା ନଂ ୧ ହୋଇପାରିଛି l ମତ୍ସ୍ୟଚାଷ ପାଇଁ ନାଉଙ୍ଗାର ବିଶ୍ୱଜିତ ସ୍ୱାଇଁଙ୍କୁ ସଫଳ କୁକୁଡ଼ାଚାଷ ପାଇଁ ଓ ଜଗତସିଂହପୁର ରସିକ ରଂଜନ ମହାନ୍ତିଙ୍କୁ ସିଡ ଗୋଇଂ ପାଇଁ ପୁରସ୍କୃତ କରାଯାଇଥିଲା l ଏହି ମେଳା ନିର୍ମିତ୍ତ ଆୟୋଜିତ ସଭାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ମଲ୍ଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ଅଧିକାରୀ ସୁଶ୍ରୀ ରେଶମା ସିଂ ଧନ୍ୟବାଦ ଅର୍ପଣ କରିଥିଲେ l ମେଳରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କିତ ପ୍ରଦର୍ଶନୀ ସହିତ ଜୀବନ୍ତ ପ୍ରାଣୀ ଓ ମତ୍ସ୍ୟର ପ୍ରଦର୍ଶିନୀ କରାଯାଇଛି l ପ୍ରାଣୀପାଳନ ଓ ମତ୍ସ୍ୟଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞମାନଙ୍କ ଉପଯୋଗୀ ପରାମର୍ଶ ପ୍ରଦାନ କରାଯିବ l ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କର୍ମକର୍ତା, ସହରର ବୁଦ୍ଧିଜୀବୀ ମତ୍ସ୍ୟଚାଷୀ, ପ୍ରାଣୀପାଳକ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post