ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

0

ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ଆଜି ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ, ସୁନ୍ଦରଗଡ଼ ଏବଂ ଜିଲ୍ଲା ପ୍ରଶାସନ, ସୁନ୍ଦରଗଡ଼ ଦ୍ଵାରା ଏହି ଦିବସ ସ୍ଥାନୀୟ ସଦଭାବନା ଭବନ ଠାରେ ଆୟୋଜିତ ହୋଇଯାଇଛି।
ଚଳିତ ବର୍ଷ ଏହି ଜାତୀୟ ଗଣମାଧ୍ୟମ ଦିବସ ଉପଲକ୍ଷେ ଶୀର୍ଷକ ରହିଛି ” କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଗଣମାଧ୍ୟମ” । କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ଏହି ଦିବସ ପାଳନ ର ଉଦ୍ଦେଶ୍ୟ ସଂପର୍କରେ କହିଥିଲେ। ପ୍ରେସ କ୍ଲବ ର ସମ୍ପାଦକ ଶ୍ରୀ ଦେବାଶିଷ କବି କାର୍ଯ୍ୟକ୍ରମ ର ଶୀର୍ଷକ ଉପରେ ଆଲୋଚନା କରିଥିଲେ ଏବଂ ପରିବର୍ତ୍ତନ ହେଉଛି ପ୍ରକୃତି ର ନିୟମ ଏବଂ ସମୟ ସ୍ରୋତ ରେ ସାମିଲ ହୋଇ ଆଜି ଗଣମାଧ୍ୟମରେ କୃତ୍ରିମ ବୁଦ୍ଧିମତା ର ଉଦ୍ଭାବନ ହୋଇଅଛି ବୋଲି ନିଜ ବକ୍ତବ୍ୟ ରେ ସ୍ଥାନିତ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଶ୍ରୀ ଅଭିମନ୍ୟୁ ମାଝୀ ଯୋଗ ଦେଇ ଗଣମାଧ୍ୟମ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ର ଉପଯୋଗ ସମ୍ପର୍କରେ ନିଜ ବକ୍ତବ୍ୟ ରେ କହିବା ସହିତ କୃତ୍ରିମ ବୁଦ୍ଧିମତ୍ତା ଗଣମାଧ୍ୟମର କାର୍ଯ୍ୟ କୁ ସରଳୀକରଣ କରିପାରେ, ସମୟସାପେକ୍ଷ ହୋଇପାରେ ମାତ୍ର କେବେ ବି ଗଣମାଧ୍ୟମର ବିକଳ୍ପ ହୋଇ ପାରିବ ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବି ନାରାୟଣ ସାହୁ କାର୍ଯ୍ୟକ୍ରମ ରେ ଯୋଗ ଦେଇ “ଗଣମାଧ୍ୟମ ସବୁବେଳେ ସମାଜର ବିଭିନ୍ନ ସ୍ତର ରେ ଥିବା ସୁବିଧା ଅସୁବିଧା ଆଦି କୁ ଲୋକଲୋଚନକୁ ଆଣିଥାଏ ବୋଲି ଅଭିହିତ କରିଥିଲେ ଏବଂ ବିନା ମାନବ ସହାୟତାରେ କୃତ୍ରିମ ବୁଦ୍ଧିମତା ର ତିଷ୍ଠିବା ସମ୍ଭବପର ନୁହେଁ” ବୋଲି କହିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ସୁସ୍ମିତା ଭୋଇ ଗଣମାଧ୍ୟମ ସଂସ୍ଥା ର ଆରମ୍ଭ, ଗଣମାଧ୍ୟମର ଲକ୍ଷ୍ୟ, ଗଣମାଧ୍ୟମର କାର୍ଯ୍ୟ ପ୍ରକିୟା, ସମାଜ ର ବିକାଶ ରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହିତ କୃତ୍ରିମ ବୁଦ୍ଧିମତା ହେଉଛି ମନୁଷ୍ୟ ଦ୍ଵାରା ଗଠିତ ଏବଂ ମନୁଷ୍ୟ ବିନା ତାହା ନିଜେ ପରିଚାଳିତ ହୋଇ ନପାରେ ବୋଲି ଅଭିହିତ କରିଥିଲେ।
ସେହିପରି କାଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମାନେ କାର୍ଯ୍ୟକ୍ରମ ର ଶୀର୍ଷକ ଉପରେ ଆଲୋଚନା କରିବା ସହିତ ନିଜର ମତାମତ ପୋଷଣ କରିଥିଲେ। କାର୍ଯ୍ୟକ୍ରମ ରେ ସଦର ତହସିଲଦାର ଶ୍ରୀ କୁଳମଣି ରଣବିଡ଼ା, ସରକାରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ଲଳିତ ରଞ୍ଜନ ସାହୁ, ସହାୟକ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ବାଗ, ଶ୍ରୀ ସେବକ ପ୍ରଧାନ, ଶ୍ରୀ ସଂଜୀବ ପାଣ୍ଡେ ଏବଂ ସମସ୍ତ ବରିଷ୍ଠ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଶେଷରେ ବିବିଧ ବିଶ୍ଵ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.