ଓଡ଼ଗାଁ,୧୫।୧୧(ଶ୍ରୀକାନ୍ତ କୁମାର ମିଶ୍ର): କାହିଁ କେଉଁ ଦିନରୁ ମାଣ୍ଡିଆ ଗରିବର ଖାଦ୍ୟ ଭାବେ ପରିଚିତ ଲାଭ କରିଥିବା ବେଳେ ଆଧୁନିକ ମଣିଷ ମାଣ୍ଡିଆରେ ଥିବା ପୁଷୋକତତ୍ବ ସମ୍ପର୍କରେ ଅବଗତ ହେବା ପରେ ସରକାର ମିଲେଟ ମିସନ ମାଧ୍ୟମରେ ପ୍ରଚାର ପ୍ରସାର କରି ମାଣ୍ଡିଆ ଶସ୍ୟକୁ ପୃଷ୍ଟପୋଷକତା ପ୍ରଦାନ କରିଛନ୍ତି । ଏଭଳି ସମୟରେ ଉତ୍ସାହିତ ମନେ କରି ଅତି ଛୋଟିଆ ତଥା ଚିକଣିଆ କ୍ଷୁଦ୍ରଶସ୍ୟ ଦେହରେ ଜଗତର ନାଥ ଜଗନ୍ନାଥ, ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ଚିତ୍ର ଆଙ୍କି ଦ୍ବିପ୍ତି ମୋହନ ନାୟକ ଓଡ଼ଗାଁ ତଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥି ସହିତ ବିଭିନ୍ନ ଅଦରକାରୀ ଫୋପଡା ଦ୍ରବ୍ୟ କୁମ୍ପିବାଣର ମାଟି ହାଣ୍ଡି, ନଡ଼ିଆ ଷଢେ଼ଇ, ବଟଲ ଇତ୍ୟାଦି ସହିତ ସେ ଚାଉଳରେ ଚିତ୍ର ଆଙ୍କିବା ଭଳି କାର୍ଯ୍ୟ କରିଛନ୍ତି । ଜଣେ ସର୍ବଗୁଣ ସମ୍ପର୍ଣ୍ଣ ପ୍ରତିଭା ଭାବେ ତାଙ୍କର ଏକକ ଅଭିନୟ ସହିତ ଦଳୀୟ ନୃତ୍ୟକଳା ପରିବେଷଣ ବେଶ ଜୀବନ୍ତ ମନେ ହୋଇଥାଏ । ସାଜସଜ୍ଜା ହେଉ କି ଝୋଟି ଅଙ୍କନ ସବୁଥିରେ ସେ ଧୁରନ୍ଧର । ଜଣେ ଭଲ ପୁଅ, ଜଣେ ଭଲ ଛାତ୍ର ଏବେ ଜଣେ ଭଲ ଶିକ୍ଷକ ଭାବରେ ମଧ୍ୟ ତାଙ୍କର ସୂନାମ ରହିଛି । ଦ୍ବିପ୍ତି ଆଗକୁ ଅନେକ କିଛି ଆଶ୍ଚର୍ଯ୍ୟ କଲାଭଳି ଜିନିଷ ପ୍ରସ୍ତୁତ କରିବାର ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ମିଲେଟ ମିସନ ମାଧ୍ୟମରେ କ୍ଷୁଦ୍ର କୃଷି ଶସ୍ୟ ମାଣ୍ଡିଆକୁ ପ୍ରାଥମିକତା ଦେଉଥିବା ବେଳେ ମାଣ୍ଡିଆ ଭଳି ଖାଦ୍ୟଶସ୍ୟ ପ୍ରତି ଅନ୍ୟମାନଙ୍କୁ ଆକର୍ଷିତ କରିବା ପାଇଁ ଦ୍ବିପ୍ତି ଏଭଳି ଚିତ୍ର ଆଙ୍କିଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.