ଓଡ଼ଗାଁ ସାମ୍ବାଦିକ ସଂଘ, ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ, ଗଣତନ୍ତ୍ରର ଅଦୃଶ୍ୟ ସ୍ତମ୍ଭ ଚତୁର୍ଥ ସମ୍ଭ ସମ୍ପର୍କରେ ଆଲୋଚନା

0

ଓଡ଼ଗାଁ, ୧୬ା୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲା ଓଡ଼ଗାଁ ବ୍ଲକ ସଦଭାବନା ଗୃହରେ ଓଡ଼ଗାଁ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଗୁରୁବାର ବ୍ଲକ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଦୃଶ୍ୟ ସ୍ତମ୍ଭ ଚତୁର୍ଥ ସମ୍ଭ ଶିର୍ଷକ ଆଲୋଚନା ଚକ୍ରରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷ ମୀରା ନାଏକ, ଜିଲ୍ଲା ପରିଷଦ ସଭ୍ୟ ଝିଲ୍ଲି ପ୍ରଧାନ, ବିରଜା ଲକ୍ଷ୍ମୀ ସାହୁ, ଓଡ଼ଗାଁ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ଦିବାକର ନାୟକ, ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ସ୍ବାଇଁ, ଓଡ଼ଗାଁ ମେଡିକାଲ ଅଫିସର ଡା. ନିଲ୍ଲାଞ୍ଜନ ଦାସ, ଅବସରପ୍ରାପ୍ତ ଶିକ୍ଷାଧିକାରୀ ତଥା ଓଡ଼ଗାଁ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଦାମୋଦର ଖିଲାର, ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ, ସମାଜ ସେବୀ ସୂର୍ଯ୍ୟନାରାୟଣ ଚୌଧୁରୀ, କୁରାଳ ସରପଞ୍ଚ ବିଜନ ପାଇକେରା ପ୍ରମୁଖଙ୍କ ଉପସ୍ଥିତିରେ ଓଡ଼ଗାଁ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ଫକିର ମହାରଣା, ଅର୍ଜୁନ ସାହୁ, ରାମକୃଷ୍ଣ ପରିଡ଼ା, ନାରାୟଣ ପାଣିଗ୍ରାହୀ, ସିନିବାଶ ପ୍ରଧାନ, ବିପିନ ତ୍ରିପାଠୀ, ଦିନବନ୍ଧୁ ମହାପାତ୍ର, ଜୟକୃଷ୍ଣ ସାହୁଙ୍କ ସହିତ ଅନ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଭାରତର ସାର୍ବଭୌମତ୍ୱକୁ ବଜାୟ ରଖିବା ପାଇଁଁ ପ୍ରତିରକ୍ଷା ବିଭାଗ ଦ୍ବାରା ନିୟୋଜିତ ସୈନୀକ ଯେପରି ସୀମା ସରହତରେ ଅହରହ ଜଗି ରହିଛନ୍ତି, ବିରୋଧୀ ଶୂନ୍ୟ ଶାସନରେ ଶାସକଙ୍କ ସ୍ବେଚ୍ଛାଚାରିତାକୁ ଚେତାଇ ଦେବା ପାଇଁ ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ଅଦୃଶ୍ୟ ସ୍ତମ୍ଭ ଗଣମାଧ୍ୟମ ସଂସ୍ଥା ଏବଂ ସାମ୍ବାଦିକ ମାନେ ସର୍ବଦା ସତର୍କ ପ୍ରହରି ପରି ରହି ଶାସକଙ୍କୁ ସଠିକ୍ ମାର୍ଗଦର୍ଶନ କରିଥାନ୍ତି ବୋଲି ରଘୁନାଥ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ଦିବାକର ନାୟକ ମତ ରଖିଥିଲେ । ରାଜନେତା ହୁଅନ୍ତୁ ଅଥବା ପ୍ରଶାସକ, ସାମ୍ବାଦିକ ହୁଅନ୍ତୁ କିମ୍ବା ସାଧାରଣ ଜନତା ଯାହା କରନ୍ତି, ସେ ନିଜେ ଜାଣିବା ତାହାକୁ ଭଗବାନ ମଧ୍ୟ ଜାଣନ୍ତି । ତେଣୁ ନିଜ ନିଜର କର୍ମଫଳ ଭୋଗ କରିବା ପାଇଁ ଆମେ ସର୍ବଦା ସାବଧାନ ରହିବା ଉଚିତ୍ ବୋଲି ବ୍ଳକ ଅଧ୍ୟକ୍ଷ କରିଥିଲେ । କ୍ଷମତାଧାରୀ ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ବାର୍ଥ ସାଧନ ପାଇଁ କ୍ଷମତାକୁ ଅପବ୍ୟବହାର କରିବା ଅପେକ୍ଷା ସମୁହିକ ହିତ ସାଧନରେ କ୍ଷମତାର ବ୍ୟବହାର କରିପାରିଲେ ସାଧାରଣରେ ନିଜର ମହାନତା ବୃଦ୍ଧି ପାଇପାରିବ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ । କାର୍ଯକ୍ରମକୁ ସଂଘର ସମ୍ପାଦକ ଗଣେଶ୍ୱର ସାହୁ ଉତ୍ତମ ରୁପେ ସମ୍ପାଦନା କରିଥିବା ବେଳେ ସଦସ୍ୟ ମାନେ ତାଙ୍କୁ ସହଯୋଗ କରିଥିଲେ । ସର୍ବ ଶେଷରେ ସଂଘର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ ଉପସ୍ଥିତ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Leave A Reply

Your email address will not be published.