କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା ଅନୁଷ୍ଟିତ

0

ଜମନକିରା ୧୬/୧୧/୨୩ : ଜମନକିରା ସ୍ଥିତ ମା” ମହାମାୟୀ ମନ୍ଦିର ପରିସରରେ ଆଜି ଜମନକିରା କରଣ ସମାଜ ପକ୍ଷରୁ ଚିତଗୁପ୍ତ ଦେବଙ୍କ ପୂଜା ବଡ଼ ଧୁମ୍ ଧାମରେ ପାଳନ କରାଯାଇଛି। ପୂଜକ ଭାବେ ପଣ୍ଡିତ ରାଣାପ୍ରତାପ ପାଢ଼ୀ ପୂଜା କର୍ମ ତୁଲେଇ ଥିବା ବେଳେ କର୍ତ୍ତା ଭାବେ ଅବିନାଶ ଦାନୀ ଏବଂ ତାଙ୍କ ଧର୍ମପତ୍ନୀ ଅନିତା ଦାନୀ ପୂଜା କର୍ମ ସମ୍ପାଦନା କରିଥିଲେ। ଏହି ପରିପ୍ରେକ୍ଷୀରେ ଏହି ପୂର୍ବାହ୍ନରେ ମହିଳା ମାନଙ୍କ ଦ୍ଵାରା କଳସ ଯାତ୍ରା ସହ ସ୍ଥାପନ କରାଯାଇଥିଲା। ପୂଜା କର୍ମ ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ସାଢ଼େ ୧ଟା ସମୟରେ ପୂର୍ଣ୍ଣାହୁତି ପଡ଼ିଥିଲା। କରଣ ସମାଜର ମହିଳା ମାନଙ୍କ ନେତୃତ୍ୱରେ ସମସ୍ଥ କାର୍ଯ୍ୟ ସମାପନ ହୋଇଥିଲା। ଏଥିରେ କଳ୍ପନା ପଟ୍ଟନାୟକ, ବିଜୟଲକ୍ଷ୍ମୀ ଦାନି, ସୂର୍ଯ୍ୟମଞ୍ଜରୀ ସାହାଣୀ, ମୋହିନୀ ଦାନୀ, ସରସ୍ଵତି ସାହାଣୀ, ରଞ୍ଜିତା ଦାନୀ, ବୈଶାଳୀ ଦାନୀ, ଦେବସ୍ମିତା ରାୟ, ମିରା ସାହାଣୀ, ପ୍ରମୁଖ ମୁଖ୍ୟ ଉଦ୍ୟୋକ୍ତା ଥିବା ବେଳେ ସମସ୍ତ କରଣ ସମାଜର ମହିଳା ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.