ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଷ୍ଟାର୍ଟଅପ୍ ବୁଟ କ୍ୟାମ୍ପ କାର୍ଯ୍ୟକ୍ରମ ଅନୁଷ୍ଟିତ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ଆଜି ଷ୍ଟାର୍ଟଅପ୍ ବୁଟ କ୍ୟାମ୍ପ ପ୍ରୋଗ୍ରାମ ଷ୍ଟାର୍ଟଅପ୍ ଓଡିଶା ସହିତ ମିଳିତ ଭାବରେ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ପରିସରରେ ଆୟୋଜିତ ହୋଇଯାଇଛି | ଏହି ବୁଟ୍ କ୍ୟାମ୍ପ୍ କାର୍ଯ୍ୟକ୍ରମରେ ମୋହନ ବାବୁ ବିଶ୍ୱବିଦ୍ୟାଳୟର ଭି ହବ୍ ଏବଂ ଆ ଇଟି ପ୍ରୋଜେକ୍ଟର ମୁଖ୍ୟ କେ.ଭି.ଏସ୍.ଏନ୍ ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କିଟ୍ ଟିଭିର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ମଳୟ ମହାପାତ୍ର ଏହି ଅଧିବେଶନର ବକ୍ତା ଭାବେ ଯୋଗ ଦେଇ ଥିଲେ ଏବଂ ଅମିତ କୁମାର ରଥ, ଷ୍ଟାର୍ଟଅପ୍ ଓଡ଼ିଶା ୩.୦ ର ପ୍ରୋଗ୍ରାମ ସଂଯୋଜକ ଉତ୍ପାଦ ବିକାଶ ପ୍ରକ୍ରିୟାରେ ବିଷୟରେ ଭାଷଣ ପ୍ରଦାନ କରିଥିଲେ | ଏ ସି ଆଇ ସି ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଫାଉଣ୍ଡେସନର ସିଇଓ ଶ୍ରୀ ସୁନୀଲ ପି। ସ୍ୱାଗତ ଭାଷଣ ଦେଇଥିଲେ। ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲୋଜିର ଡିନ ଏ. ବି ଶ୍ରୀନିବାସା ରାଓ ଅଭିନବ ଛାତ୍ରମାନଙ୍କୁ ଉଦ୍ଭାବନ ଏବଂ ଷ୍ଟାର୍ଟଅପ୍ ବିଷୟରେ ସମ୍ବୋଧିତ କରନ୍ତି | ଏହି ବୁଟକ୍ୟାମ୍ପରେ ଜୁରି ସଦସ୍ୟମାନଙ୍କ ଆଗରେ ପ୍ରାୟ ୪୫ ଟି ଧାରଣା ଉପସ୍ଥାପିତ ହୋଇଥିଲା

 

Leave A Reply

Your email address will not be published.