ବହୁଜନ ସମାଜ ପାଟି ତରଫରୁ ବ୍ଲକ ଘେରାଉ ଓ ରାଷ୍ଟ୍ରପତି ଙ୍କୁ ବିଡ଼ିଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

0

ଜମନକିରା ୧୬/୧୧/୨୩: ବହୁଜନ ସମାଜ ରେ ଆଦିବାସୀ,ଦଳିତ,ଗରିବ ଚାଷୀ ମୂଲିଆ ଙ୍କ ସମ୍ବଧନିକ ମୌଳିକ ଅଧିକାର ପ୍ରଦାନ ଦାବିରେ ଏବଂ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ଆଜି ବହୁଜନ ସମାଜ ପାଟି ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଜମନକିରା ବଜାର ପ୍ରାଙ୍ଗଣ ରୁ ଜିଲ୍ଲା ସଭାପତି ଆଡଭୋକଟ ଦିଲୀପ ସିଂ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଏକ ରାଲି ରେ ଆସି ବ୍ଲକ ସଂବୁଖ ରେ ଧାରଣା ଦେବା ସହ ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ଵ ରେ ବିଡ଼ିଓ ରିନା ନାଏକ ଙ୍କୁ ପ୍ରଦାନ କରିଛନ୍ତି l
ଭୂମି ହୀନ ଆଦିବାସୀ ଙ୍କୁ ଯଥା ଶୀଘ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ,ଘର ଡିହ ପାଇଁ ଚାରି ଡେସିମିଲ ର ଜାଗା,ଜଙ୍ଗଲ ଜାତୀୟ ଦ୍ରବ୍ୟ ଯଥା ମହୁଲ, ଚାର,ଲାଖ, ଶାଳ ମଞ୍ଜି ପ୍ରଭୃତି ର ଉଚିତ୍ ମୂଲ୍ୟ କେନ୍ଦ୍ର ସରକାର ନିର୍ଧାରଣ କରନ୍ତୁ ଏପରି ବିଭିନ୍ନ ଚଉଦ ଗୋଟି ସମସ୍ୟା ନେଇ ଦାବିପତ୍ର ରେ ଉଲ୍ଲେଖ ଥିବା ଶ୍ରୀ ସିଂ ପ୍ରକାଶ କରିଛନ୍ତି |
ଏଇ ଦାବିପତ୍ର ପ୍ରଦାନ ସମୟ ରେ ଦଳ ର ରାଜ୍ୟ ସଭାପତି ନାରାୟଣ ଭେଶ୍ରା,ମହିଳା ନେତ୍ରୀ କଳ୍ପନା ନାଏକ,ଲୋକସଭା ପ୍ରଭାରୀ ନବୀନ ନାଏକ,କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ସଭାପତି ଏସାକ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.