ଡ଼ଙ୍ଗରଭେଜା ପଞ୍ଚାୟତ ରେ ଉଦ୍ଘାଟିତ ହେଲା ଆମ “ଓଡିଶା ,ନବୀନ ଓଡିଶା”

0

ନନ୍ଦାହାଣ୍ଡି-ଭୁବନେଶ୍ୱର ଦାଶ : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡ଼ଙ୍ଗରଭେଜା ଗ୍ରାମ ପଞ୍ଚାୟତର ସମସ୍ତ ୱାଡ ଠାରେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ଉଦଘାଟନ କରାଯାଇଛି । ଏହି ଉଦ୍ ଘାଟନ କାଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ,ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର, ନନ୍ଦାହାଣ୍ଡିବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତା ମାଝୀ, ନନ୍ଦାହାଣ୍ଡି ବ୍ଲକ ଉପାଦକ୍ଷ ସଦନଗୌଡ଼, ଡ଼ଙ୍ଗରଭେଜା ପଞ୍ଚାୟତ ସମିତି ସଭ୍ୟ ଅଭିମନ୍ୟୁ ନାୟକ, ଡ଼ଙ୍ଗରଭେଜା ପଞ୍ଚାୟତ ସରପଞ୍ଚ କୁମାରି ଗୁଣମଣି ସୌରା ,ସାଂସଦ ଙ୍କ ପ୍ରତିନିଧି ଶ୍ରୀ ସୁନୀଲ ସାହୁ ,ନନ୍ଦାହାଣ୍ଡି ବ୍ଲକ ବିଜେଡି ସଭାପତି ଶ୍ରୀ ଦୟାନିଧି ବିଷୋୟୀ, ବି ଜେଡି ,ଯୁବନେତା, ଈଶ୍ୱର ଗୌଡ଼, ଦୟାନିଧି ମାଲୀ, ଅର୍ଜୁନ ଗୌଡ଼,ଭୁବନେଶ୍ୱର ଦାଶ, ଅଜିତ କୁମାର ପାତ୍ର,ମୃତୁଞ୍ଜୟ ବିଷୋୟୀ,ତପନ କୁମାର ବ୍ରହ୍ମା ଓ ବିଜୁ ଜନତା ଦଳ କର୍ମୀ ଉପସ୍ଥିତ ଥିଲେ ପ୍ରଥମେ ସରୁଗୁଡା ଠାରେ ବଗମଣ୍ଡପ ଓ, ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ତାପରେ ଡ଼ଙ୍ଗରଭେଜା, ଦହଣା,ଦଣ୍ଡସେନାଗୁଡା,ଜଗନ୍ନାଥ ପୁର, ମେଣ୍ଟିରି, ପଥରଲସା, ଧଣ୍ଡରା, ପ୍ରାୟ ସମୁଦାୟ’ ୩ କୋଟି ଟଙ୍କା ର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ବିଧାୟକ ସଦାଶିବ ପ୍ରଧାନି ପ୍ରତ୍ୟେକ ଗ୍ରାମରେଯାଇ ନବୀନ ପଟ୍ଟନାୟକ ଙ୍କ ଜନ ହିତକର କାର୍ଯ୍ୟ ମାନଙ୍କୁ ଲୋକଲୋଚନକୁ ଆଣି ବୁଝାଇ ଥିଲେ ପ୍ରାୟ ସମସ୍ତ ଗ୍ରାମରେ ସତାଧିକ କର୍ମୀ ବିଧାୟକ ଙ୍କୁ ସ୍ୱାଗତ କରିଥିଲେ

Leave A Reply

Your email address will not be published.