ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ଆଜି ଜାତୀୟ ପ୍ରେସ ଦିବସ , ମହାପ୍ରଭୁ ନୃସିଂହନାଥ ଙ୍କର ପୀଠ ସ୍ଥିତ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସ ଠାରେ ପାଳିତ ହୋଇ ଯାଇଛି । ସଂଘ ର ସଭାପତି ଶ୍ରୀ ବଡ଼ ସଥପଥୀ ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଯୋଗ ଦେଇ , ପଦ୍ମପୁର ଅଞ୍ଚଳ ରେ ସାମ୍ବାଦିକଙ୍କ ଭୀଷ୍ମ ପିତାମହ ଭାବରେ ପରିଚିତ ଶ୍ରୀ ଲାଲ ବିହାରୀ ମିଶ୍ର ଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ସାମ୍ବାଦିକ ମାନଙ୍କ ଆଜିର ସମୟରେ କର୍ତବ୍ୟ ବାବଦରେ ଶ୍ରୀ ମିଶ୍ର ସମସ୍ତ ସାମ୍ବାଦିକ ମାନଙ୍କୁ କହିଥିଲେ । ଏହି ଅବସରରେ ସଂଘର ଇପାସଭାପତି ଶ୍ରୀ ସତ୍ୟ ପ୍ରଧାନ , ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ବାରିକ , ବରିଷ୍ଠ ସାମ୍ବାଦିକ ଶ୍ରୀ ଅଭୟ ରଣା, ଶ୍ରୀ ମନୋହର ଦାସ ପ୍ରମୁଖ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଏହାପରେ ସଂଘ ର ଅନେକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ଉପଖଣ୍ଡ ର ସମସ୍ତ ବ୍ଲକ ରୁ ସାମ୍ବାଦିକ ପ୍ରତିନିଧି ମାନେ ଯୋଗଦାନ କେରିଥିଲେ । ଶେଷରେ ସମସ୍ତ ସାମ୍ବାଦିକ ମହାପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ କରି ବିଶ୍ୱର କଲ୍ୟାଣ କାମନା କରିଥିଲେ ।।
Sign in
Sign in
Recover your password.
A password will be e-mailed to you.