ଜିଲ୍ଲା ସ୍ତରୀୟ ସି .ଓ .ପି.ଡି.(ଦୀର୍ଘସ୍ଥାୟୀ ଶ୍ବାସ ଅବରୋଧ ) ଦିବସ ପାଳନ

0

ଜଗତସିଂହପୁର,ତା-୧୫.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ଦୀର୍ଘସ୍ଥାୟୀ ଶ୍ବାସ ଅବରୋଧ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ନଭେମ୍ବର ମାସର ତୃତୀୟ ବୁଧବାର ଦିନ ଏହି ଦିବସ ପାଳନ କରାଯାଇଥାଏ । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ଏହା ଏକ ଫୁସଫୁସ ଜନିତ ରୋଗ, ଯେଉଁଥରେ ଫୁସଫୁସ ମଧ୍ୟରେ ଥିବା ସୁକ୍ଷ୍ମ ଶ୍ଵାସନଳୀ ଗୁଡିକ କ୍ଷତିଗ୍ରସ୍ଥ ହୋଇ ଅକାମୀ ହୋଇପଡନ୍ତି ଓ ଅମ୍ଳଜାନ ପରିବହନ ଶକାଜନକ ଭାବେ ହ୍ରାସ ପାଏ । ଦୂଷିତ ବାୟୁମଣ୍ଡଳରେ ଦୀର୍ଘଦିନ ଧରି ବାସକଲେ, କଳାକାରଖାନାରୁ ନିର୍ଗତ ଧୂଆଁ, ଧୂଳି ଆଦି ବ୍ୟାପୁଥ‌ିବା ଅଞ୍ଚଳରେ ରହିବାଦ୍ବାରା ବ୍ୟାପିଥାଏ । ତେଣୁ ପରିବେଶ ପ୍ରଦୂଷଣକୁ ରୋକିବା ଓ ଧୂଆଁହୀନ ଚୂଲି , ଗ୍ୟାସ ଆଦି ଚୁଲା ବ୍ୟବହାର କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାଇବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧକାରୀ ଡାକ୍ତର ନିମାଇଁ ଚରଣ ନାୟକ ଏହି ରୋଗରେ ଫୁସଫୁସର ସଂକ୍ରମଣର ତୀବ୍ରତା, ଚିକିତ୍ସା ବିଷୟରେ ଅବଗତ କରିବା ସହ ଧୂମପାନ ବର୍ଜନ, ଉତ୍ତମ ବାୟୁ ଚଳାଚଳ ଗୃହରେ ବାସ କରିବା, ଖାଦ୍ୟ, ପାନୀୟ ଓ ବିଶ୍ରାମର ସଞ୍ଜମତା ରଖୁବା, ଯଦି ଏଭଳି କିଛି ଲକ୍ଷଣ ଯଥା ବହୁଦିନ ଧରି କାଶ ହେବା, କାଶରେ କଫ ପଡିବା, ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବା, ଓଜନ କମିବା ହାଲିଆ ଲାଗିବା, ଭୋକ ନ ହେବା ଆଦି ଥିଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବାକୁ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ, ଏହି ଫୁସଫୁସ ଜନିତ ରୋଗର ପ୍ରତିରୋଧ ନିମନ୍ତେ ଧୂଳି ଧୂଆଁ ଆଦି ନିୟତ୍ରଣ ଓ କଳକାରଖାନା ଯଥା କରତ କଳ ତୁଳା କାରଖାନା ,ପଥର ଚୁନା କରୁଥିବା କାରଖାନା ଇତ୍ୟାଦିରେ କାମ କରୁଥିବା ଲୋକ ସଚେତନ ହେବା ସହ ଯୋଗ ପ୍ରାଣାୟାମ ଆଦି କରିବା ଓ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ବକ୍ତବ୍ୟ ରଖିଥିଲେ । ମେଡିକାଲ ଅଫିସର ଅଣାସଂକ୍ରାମକ ରୋଗ ନିୟନ୍ତ୍ରଣ ଡାକ୍ତର ଆଶିଷ କୁମାର ନାୟକ ପାୱାର ପଏଣ୍ଟ ପ୍ରେଜେଣ୍ଟସନ ମାଧ୍ୟମରେ ଏହି ରୋଗର ପ୍ରତିରୋଧ ଓ ଚିକିତ୍ସା, ଖାଦ୍ୟାଭ୍ୟାସର ପରିବର୍ତ୍ତନ, ବାୟୁ ପ୍ରଦୂଷଣ ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ଏ ବର୍ଷର ବାର୍ତା ” ନିଶ୍ବାସ ହିଁ ଜୀବନ -ବେଳହୁଁ ପଦକ୍ଷେପ ନିଅନ୍ତୁ ” ଉପରେ ବକ୍ତବ୍ୟ ରଖିଥିଲେ ବାୟୁ ବିନା ଜୀବନ ଅସମ୍ଭବ, ତେଣୁ ପରିବେଶ ସୁସ୍ଥତା ରଖୁ ହିଁ ଆମେ ସୁସ୍ଥ ବାୟୁ ଗ୍ରହଣ କଲେ ଏ ରୋଗର ପ୍ରତିରୋଧ କରିପାରିବା । ମହିମା କଲେଜ ଅଫ ନସିଂ, ନାରାୟଣୀ ସ୍କୁଲ ଅଫ ନସିଂ ଛାତ୍ରଛାତ୍ରୀ ଓ ମହିଳା ଆରୋଗ୍ୟ ସମିତିର ମେମ୍ବରମାନଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା କରାଯାଇଥିଲା, କୁଇଜ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା 8 ଜଣ ଛାତ୍ରଛାତ୍ରୀ ଓ 2 ଜଣ ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସଭା ପରିଚାଳନା କରିଥିଲେ । ଉକ୍ତ ସଭାରେ ଜିଲ୍ଲାସ୍ତରରୁ ମହିଳା ଆରୋଗ୍ୟ ସମିତି ୱାଡ଼ ନମ୍ବର 9.10.12,13,ଓ 15 ର ମେମ୍ବର, ମହିମା ଓ ନାରାୟଣୀ ସ୍କୁଲ ଅଫ ନସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏପିଡୋମିଓ ଲୋଜିଷ୍ଟ ଡ଼ାକ୍ତର ସ୍ମୃତିରଞ୍ଜନ ପଣ୍ଡା ଆଶାମାନକୁ ସଚେତନତାକୁ ବ୍ୟାପକ କରିବାକୁ ପରାମର୍ଶ ଦେବା ସହ ସଭାରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.