ଜଗତସିଂହପୁର,ତା-୧୫.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଖଇରଙ୍ଗ ପଞ୍ଚାୟତ ଆଶ୍ରମପାଟଣା ଗ୍ରାମର ପ୍ରତାପ କିଶୋର ଖଣ୍ଡାୟତରାୟଙ୍କ ପୁତ୍ର ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଚାଇନାର ହାଙ୍ଗାଝୁରେ ଏସିଆନ ପାରାଗେମରେ ହୁଇଲଚେୟାର ଫେନସିଙ୍ଗ ରେ ଭାରତ ଦଳରେ ଭାଗ ନେଇ ଚତୁର୍ଥ ସ୍ଥାନ ଅଧିକାର କରି ଫେରିଛନ୍ତି ଭାରତ ଦଳ ଭଲ ପ୍ରଦର୍ଶନ କରି ସେମିଫାଇନାଲ ଖେଳିଥିଲେ ଏବଂ କୋରିଆ ଠାରୁ 45-29 ରେ ପରାସ୍ତ ହୋଇଥିଲେ ଏବଂ କିଛି ବ୍ୟବଧାନରେ ପଦକ ଜିତିବାରୁ ବଞ୍ଚିତ ହୋଇଥଲେ ଜିଲ୍ଲାରୁ ପ୍ରଥମ ହୁଇଲଚେୟାର ଖେଳାଳି ଭାବେ 2016 ମସିହାରୁ ଜାତୀୟ ସ୍ତରରେ ଭଗନେଇ ଅନେକ ସ୍ବର୍ଣ, ରୋପ୍ୟ ଏବଂ କାଂସ୍ୟ ପଦକ ଜିତିଛନ୍ତି ସେଥୂପାଇଁ ଆଗରୁ ପ୍ରଫୁଲ୍ଲ ଙ୍କୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟୱାରୀ ଆର୍ଥିକ ସହାୟତା ସହିତ ଅନେକ ଥର ସମ୍ବଦ୍ଧିତ ମଧ୍ୟ କରିଛନ୍ତି ଏବେ ସେ ଚାଇନା ରେ ପାରା ଏସିଆନ ଗେ ଖେଳି ଫେରିଥୁବାରୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟୱାରୀ ଗତକାଲି ସମ୍ବର୍ଦ୍ଧନା କରିଛନ୍ତି ଏବଂ ଆଗକୁ ପ୍ରଫୁଲ୍ଲ ଡିସେମ୍ବର ମାସ ୫ତାରିଖ ରୁ ଥାଇଲାଣ୍ଡ ରେ ହେବାକୁ ଥିବା ୱାର୍ଲଡ ଗେମ ରେ ଭଗନେଉଥିବାରୁ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇବା ସହିତ ଭଲ ପଦର୍ଶନ କରି ପଦକ ଜିତିବେ ବୋଲି ଆଶାବ୍ୟକ୍ତ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.