ଆସନ୍ତା ୧୬ରୁ ତିନି ଦିନ ବ୍ଲକ୍ ଘେରିବ ବିଜେପି

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହି : ଓଡ଼ିଶାରେ ନବୀନ ସରକାରଙ୍କ ବଢୁଥିବା ଦୁର୍ନୀତି ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ. ନାରାୟଣ ରାଓ।
ଦୀର୍ଘ ବର୍ଷ ଧରି ଶାସନ କାଳରେ ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟସ୍ତର ରୁ ଜିଲ୍ଲାସ୍ତର , ବ୍ଲକ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟରେ ପିସି କାରବାର ଦ୍ଵାର ଦୁର୍ନୀତି ହିଁ ବଢ଼ିଛି। ଏହି ପିସି ପାଇଁ ବିଜେଡ଼ିର କର୍ମୀ ମାନେ ନେତା ମାନେ ସରକାରୀ ଅଫିସରଙ୍କ ଦ୍ଵାରା ଦୁର୍ନିତି ରେ ସଂପୃକ୍ତ। ପଞ୍ଚାୟତ ସ୍ତରରେ ସରପଞ୍ଚ ଓ ସମିତି ମାନଙ୍କ କ୍ଷମତା କୁ ସଙ୍କୁଚିତ କରିବା ମୁଖ୍ୟ କାରଣ କେବଳ ସରକାରୀ ଅଧିକାରୀ ଙ୍କ ମନମୁଖୀ ଦୁର୍ନୀତିଯୁକ୍ତ ଶାସନ। ସଚିବ ପାଇଁ ବିଧାୟକ ମନ୍ତ୍ରୀ ମାନେ ଟେଣ୍ଟ ବାନ୍ଧିଛନ୍ତି। ଓଡ଼ିଶାରେ ନିଷ୍ପତ୍ତି କେବଳ ମୁଷ୍ଟିମେୟ ଅଫିସରଙ୍କ ହାତରେ ବନ୍ଧା ପଡ଼ିଛି। ଆମ ଓଡ଼ିଶା ନବୀନ ଓଡ଼ିଶା ଦ୍ବାରା ୩୭୦୦ କୋଟି ଟଙ୍କା ର ଦୁର୍ନୀତି କରି ଲୁଟ କରିବାକୁ ଯୋଜନା ପ୍ରସ୍ତୁତ ହୋଇସାରିଛି। କେନ୍ଦ୍ର ସରକାରଙ୍କ ଅର୍ଥ କୁ ନିଜ ନା ରେ ଯୋଜନା ପରିବର୍ତ୍ତନ କରି ମିଛ ବାହାବା ନେଉଥିବା ଅଭିଯୋଗରେ ନେଇ ଆସନ୍ତା ନଭେମ୍ବର ୧୬ ତାରିଖ ରେ ଗୁମ୍ମା ବ୍ଲକ , ୧୭ ରେ କାଶୀନଗର ବ୍ଲକ୍ , ୧୮ ରେ ଗୋଷାଣୀ ବ୍ଲକ୍ ଠାରେ ଓ ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀରେ ଅନ୍ୟାନ୍ୟ ବ୍ଲକ୍ ଠାରେ ମଧ୍ୟ ଜିଲ୍ଲା ବିଜେପି ପକ୍ଷରୁ ଘେରାଉ କରାଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ. ନାରାୟଣ ରାଓ।

Leave A Reply

Your email address will not be published.