ବିଜେଡିରେ ଗୋଷ୍ଠି କନ୍ଦଳ : କମିଟି ଗଠନକୁ ନେଇ ହାତାହାତି

0

ଜମନକିରା( ଲିପନ ନାଏକ ) :ଦିନକୁ ଦିନ କୁଚିଣ୍ଡା ବିଜୁ ଜନତା ଦଳ ରେ ଗୋଷ୍ଠି କନ୍ଦଳ ବୃଦ୍ଧି ପାଇବା ଦେଖିବାକୁ ମିଳୁଛି | ବର୍ତ୍ତମାନ ସମୟରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନ ରେ ବୁଥ୍ କମିଟି ଗଠନ ପାଇଁ ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହେଉଛ | ଏଇ ପରିପ୍ରେକ୍ଷୀରେ  ଜମନକିରା ବ୍ଲକ କୁଲୁଣ୍ଡୀ ଗ୍ରାମରେ ବଡରମା, ମୁଣ୍ଡିଏନପାଲି, କୁଲୁଣ୍ଡୀ ଏବଂ ଖର୍ସନମାଲ୍ ପଂଚାୟତ କୁ ନେଇ ବୁଥ କମିଟି ଗଠନ ପାଇଁ ବିଧାୟକ ଏକ ସଭା ର ଆୟୋଜନ କରିଥିଲେ | କିନ୍ତୁ କମିଟି ଗଠନ ରେ ଅସନ୍ତୋଷ ହୋଇ କର୍ମୀଙ୍କ ମଧ୍ୟରେ କଥା କଟା କଟି ହୋଇ ହାତାପାଇ ପର୍ଯ୍ୟନ୍ତ କଥା ଯାଇଥିଲା | ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରେ କି କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ କୁ ନିର୍ବାଚନ ପୂର୍ବରୁ ସଠିକ୍ ଭାବରେ ସଞ୍ଚାଳନ କରାନଗଲେ ଦଳ ପ୍ରତି ବିପଦ ର ସମ୍ଭାବନା କୁ ଏଡାଇ ଦିଆଯାଇ ନ ପାରେ l ବିଧାୟକ ଙ୍କ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ହୋଇ ନୂତନ ଚେହେରା ଦାବୀ କରିବା ସହ ଜମନକିରା ବ୍ଲକ ଅଧକ୍ଷା ଆଶ୍ରିତା ଭୋଇ ଙ୍କ ଇସ୍ତଫା ଦାବୀ କାରିଥିଲେ l
ପ୍ରକାଶ ଥାଉ କି କିଛିଦିନ ପୂର୍ବରୁ ଜମନକିରା ଆ ଇ ବି ରେ ଅନୁଷ୍ଠିତ ହୋଇଥିବା ସଭା ଉକ୍ତ ପଂଚାୟତ ଗୁଡ଼ିକର କର୍ମୀ କମିଟି ଗଠନ ରେ ଅସନ୍ତୋଷ ପ୍ରକାଶ କରି ସଭା ପରିତ୍ୟାଗ କରିଥିଲେ,ତେଣୁ ଆଜି ବିଧାୟକ ଶ୍ରୀ ନାଏକ ଚାରିଟି ପଂଚାୟତ କୁ ନେଇ ସ୍ୱତନ୍ତ୍ର ସଭା ଆୟୋଜନ କରିଥିଲେ | କିନ୍ତୁ କର୍ମୀ ଙ୍କ ଅସନ୍ତୋଷ କମିବା ପରିବର୍ତ୍ତେ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି | ଯାହାକି ଆଗାମୀ ଦିନରେ ବିଜୁ ଜନତା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଚାଲିଛି l

Leave A Reply

Your email address will not be published.