ରାସ୍ତା ନୁହେଁ ମରଣ ଯନ୍ତା

0
  • ଜମସେଠ ବିଜୁ ଏକ୍ସପ୍ରେସ ୱେ ରୁ ଗ୍ରାମାଞ୍ଚଳ କୁ ସଂଯୋଗ କରୁଥିବା ରାସ୍ତାର ଦୁରାବସ୍ଥା

  • ବିଭାଗୀୟ ଜେ ଇ ଫୋନ ଉଠେଇବାକୁ ନାରାଜ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରୁ ନୂଆପଡା ଯିବା ରାସ୍ତାରେ , ବିଜୁ ଏକ୍ସପ୍ରେସ ୱେ କୁ ଜମସେଠ ଗ୍ରାମ ନିକଟରେ ସଂଯୋଗ କରୁଥିବା ରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । କହିବାକୁ ଗଲେ ବିଜୁ ଏକ୍ସପ୍ରେସ ୱେ କୁ ଏହି ରାସ୍ତା ଟି ଯେଉଁ ସ୍ଥାନରେ ସ୍ପର୍ଶ କରୁଛି ସେହି ସ୍ଥାନରୁ କାମସେଠ ଗାଁ ଶେଷ ପର୍ଯନ୍ତ ଅର୍ଥାତ ଜାମସେଠ ହରାମର ପେକ୍ସ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ରହିଛି । ଏହି କଂକ୍ରିଟ ରାସ୍ତାର ଅବସ୍ଥା ନ କହିବା ଭଲ , ରାସ୍ତା ତମାମ ଛୋଟବଡ଼ ଗାତ ହୋଇଯାଇଥିବା ବେଳେ ସମ୍ପୁର୍ଣ୍ଣ ରାସ୍ତାରୁ ଚିପ୍ସ ବାହାରି ଯାଇଛି , ଯାହାଫଳରେ ଏହି ରାସ୍ତାରେ ଗାଡ଼ି, ବାଇକ ରେ ଯିବା ତ ଦୁରର କଥା ଚାଲିକି ଯିବା ମଧ୍ୟ ଅତି ରିକ୍ସ ର ବିଷୟ , କେତେ ବେଳେ ଦୁର୍ଘଟଣା ଘଟିଯିବ କହିବା ମୁସ୍କିଲ । ସେହିଭଳି ଜାମସେଠ ରୁ ଛୀଂଦେଇକେଲା ଗ୍ରାମ ଆରମ୍ଭ ରେ ରହିଥିବା ଅଙ୍ଗନଦୀ ପୋଲ ପର୍ଯ୍ୟନ୍ତ ଯଦିଓ ରାସ୍ତା ସେତେଟା ଖରପ ନାହିଁ ତଥାଫି ଭଲ ଅଛି ବୋଲି କୁହାଯାଇ ପାରିବ ନାହିଁ । ସେହିଭଳି ଅଙ୍ଗ ନଦୀ ପୋଲ ରୁ ଛୀଂଦେଇକେଲା ଗ୍ରାମର ଶେଷ ମୁଣ୍ଡ ରେ ରହିଥିବା ହନୁମାନ ଛକ ପର୍ଯ୍ୟନ୍ତ ରାସ୍ତାର ର ଅବସ୍ଥା ଓ ହନୁମାନ ଛକ ରୁ ବରପପଲିଆ ପଟୁ ନୂଆପଡା ର ବୁଡକିମହୁଲ କୁ ସଂଯୋଗ କରୁଥିବା ରାସ୍ତାରେ ଯାତ୍ରା କରିବା ବିପଦ କୁ ଡାକିବା ସମାନ । ରାସ୍ତା ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇ ଯାଇଥିବା ବେଳେ ଅଗଣିତ ସ୍ଥାନରେ ରାସ୍ତା ର ମଝିରେ ଫୁଟେ ରୁ ଦୁଇ ଫୁଟ ଗଭୀରର ଖାଲ ହୋଇ ଯାଇଛି । ଏହି ରାସ୍ତାରେ ଟିକେ ଅସାବଧାନତା ମୂଲ୍ୟବାନ ଜୀବନ ନଷ୍ଟ ର କାରଣ ହୋଇପାରେ । ଅବଶ୍ୟ ଗତ ଦେଢ଼ ରୁ ଦୁଇ ବର୍ଷ ପୂର୍ବେ ହନୁମାନ ଛକ ରୁ ବରପଳିଆ ରାସ୍ତାରେ ପଚାଶ ଲକ୍ଷ ଟଙ୍କାରୁ ଉର୍ଦ୍ୱ ଟଙ୍କା ବ୍ୟୟ ଅଟକଳ ରେ ମରାମତି କାମ ହୋଇଥିଲା କିନ୍ତୁ ଅତି ନିମ୍ନ ମାନର କାମ ହୋଇଥିବା କାରଣ ରୁ ମାତ୍ର କିଛି ମାସ ପରେ ରାସ୍ତା ଅବସ୍ଥା ଯଥା ପୂର୍ବମ ତଥା ପରମ ।
ଏହି ରାସ୍ତାର ଅବସ୍ଥା ବାବଦରେ ସୂଚନା ପ୍ରଦାନ ତଥା ଅଭିଯୋଗ କରିବା ପାଇଁ ଆମେ ଏହି ଅଞ୍ଚଳ ର କାମ ସବୁ ବର୍ତ୍ତମାନ ତଦାରଖ କରୁଥିବା , ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯନ୍ତ୍ରୀ ଶ୍ରୀମାନ ସୁରଜ କୁମାର ନାୟକ ଙ୍କୁ ତାଙ୍କର ଫୋନ ନମ୍ବର 7749826111 ରେ ପ୍ରାୟ 10 ରୁ ଉର୍ଦ୍ୱ ଥର ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ , ପ୍ରତେକ ଥର ଫୋନ ରିଂ ମଧ୍ୟ ହେଉଥିଲା ହେଲେ ଯନ୍ତ୍ରୀ ମହାଶୟ ଫୋନ ଉଠେଇବା ଆବଶ୍ୟକ ମନେ କରି ନ ଥିଲେ । ଅବଶ୍ୟ ପାଇକମାଲ ଅଂଚଳର ଅନେକ ଲୋକ ଆମକୁ ପୂର୍ବରୁ ସତର୍କ କରିଥିଲେ ଯେ ଯନ୍ତ୍ରୀ ଶ୍ରୀମାନ ନାୟକ ଫୋନ ରିସିଭ କରନ୍ତି ନାହିଁ । ତଥାପି ଆମେ ତାଙ୍କ ସହିତ ଥରେ କଥା ହେବାକୁ ଚେଷ୍ଟା କରି ଅସଫଳ ହୋଇଥିଲୁ । ଅବଶ୍ୟ ତାଙ୍କର ଏହି ଆଚରଣ ଆମକୁ କିଛି ନୂଆ ଲାଗି ନ ଥିଲା କି ତାଙ୍କର ଏହି ବ୍ୟବହାର ଆମକୁ ଆଶ୍ଚର୍ୟ୍ଯ ଚକିତ କରିନଥିଲା । ଯନ୍ତ୍ରୀ ମହାଶୟ ଜଣକ ଯେତେହେଲେ ବି ଜଣେ ସରକାରୀ ବାବୁ । ସେଥିପାଇଁ ଠାଣି ତ ରହିବ । ଅବଶ୍ୟ ଆଜିକାଲି ସରକାର ଲୋକଙ୍କ ପାଖକୁ ଯାଇ ଲୋକଙ୍କ କଥା ଶୁଣୁଛନ୍ତି । ଜିଲ୍ଲାପାଳ ଙ୍କର ଠାରୁ ଆରମ୍ଭ କରି ସମସ୍ତ ସଚିବ ସ୍ତରର ସମସ୍ତ ଅଧିକାରୀ , ଏମିତି କି ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ପର୍ଯନ୍ତ ସମସ୍ତେ ଆଜିର ଦିନରେ ସିଧାସଳଖ ଲୋକଙ୍କ ସହିତ ବର୍ତ୍ତାଳାପ କରି ଲୋକଙ୍କ ସମସ୍ୟା କୁ ସମାଧାନ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ତୃଣମୂଳ ସ୍ତରରେ କାମ କରୁଥିବା ଜଣେ ଅଧିକାରୀ ଙ୍କର ଏହି ବ୍ୟବହାର କଦାପି ଗ୍ରହଣୀୟ ହୋଇ ନ ପାରେ । ସେ ଜାହାଭି ହେଉ ଜାମସେଠ ରୁ ପଡୋଶୀ ଜିଲ୍ଲା ର ବୁଡକିମହୁଲ ପର୍ଯନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ , ଯାନବାହନ ସହିତ ଲୋଜଙ୍କ ଯିବାଆସିବା ରେ ମଧ୍ୟ ଅନେକ ଅସୁବିଧା ହେଉଛି । ଏଣୁ ଏଥିପ୍ରତି ଗୁରୁତ୍ୱ ସହିତ ବିଚାର କରି ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀ ମାନେ ପ୍ରୟାସ ଜରିବେ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।।

Leave A Reply

Your email address will not be published.