ଜିଲ୍ଲା ସ୍ତରୀୟ ବିଶ୍ବ ମଧୁମେହ ଦିବସ ପାଳନ

0

ଜଗତସିଂହପୁର,ତା-୧୪.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ଵ ମଧୁମେହ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ନଭେମ୍ବର ମାସ ୧୪ ତାରିଖରେ ବିଷ୍ଣୁ ମଧୁମେହ ଦିବସ ପାଳିତ ହୋଇଆସୁଅଛି । ଜିଲ୍ଲା କନସ୍ବାସ୍ଥ୍ୟ ଅଧିକାରୀ ରୋଗ ନିୟଂତ୍ରଣ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ବିଶ୍ଵ ମଧୁମେହ ଦିବସ ପାଳନର ଆଭିମୁଖ୍ୟ ଦିଷୟରେ ନିଜର ବକ୍ତବ୍ୟ ରଖିଥିଲେ ଯେ ଏହା ଏକ ରୋଗ ନୁହେଁ, ଆମମାନଂକ ଦୈନ୍ୟଦିନ ଜୀବନ ଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ହିଁ ଆମ ଶରୀରରେ ଇନସୁଲିନର କ୍ଷରଣକୁ କମ ବା ବେଶୀ କରିଥାଏ, ଯାହାଦ୍ବାରା ଲୋକଟି ମଧୁମେହରେ ଆକ୍ରାନ୍ତ ହୋଇଥାଏ । ଏହାର ପ୍ରତିରୋଧ ନିମନ୍ତେ ସନ୍ତୁଳିତ ଆହାର ଅଭ୍ୟାସ କରିବା ଓଜନକୁ ନିୟତ୍ରଣରେ ରଖୁ, ନିଶା ଦ୍ରବ୍ୟ ଠାରୁ ଦୁରେଇ ରହିବା ସହ ଶାରୀରିକ ପରିଶ୍ରମ କରିବା ଓ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଉଚିତ । ଏହାସହ ଆଶା କର୍ମୀ ଓ ସ୍ଵାସ୍ଥ୍ୟକର୍ମୀମାନେ ଗ୍ରାମାଞ୍ଚଳରେ ମଧୁମେୟର ପ୍ରତିରୋଧ ନିମନ୍ତେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସଚେତନତା କାର୍ଯ୍ୟକ୍ରମ ମେଡିକାଲ ଅଫିସର ଅଣାସଂକ୍ରାମକ ରୋଗ ନିୟନ୍ତ୍ରଣ ଡାକ୍ତର ଆଶିଷ କୁମାର ନାୟକ ନିଜ ଅଭିଭାଷଣରେ ମଧୁମେୟ ରୋଗର ଲକ୍ଷଣ ବିଷୟରେ ଆଲୋଚନା କରିଥିଲେ । ପାୱାର ପଏଣ୍ଟ ପ୍ରେଜେଣ୍ଟସନ ମାଧ୍ୟମରେ ମଧୁମେହ ହେଲେ ରକ୍ତରେ ଶର୍କରାର ପରିମାଣ କମିଯାଇଥାଏ ତେଣୁ ବାରମ୍ବାର ଭୋକ ଲାଗିବା, ଅଧ୍ବକ ଶୋଷ ଲାଗିବା, କୌଣସି କାରଣ ନ ଥାଇ ଦୁର୍ବଳ ଲାଗିବା,ଘା ହେଲେ ନ ଶୁଖିବା, ଝାପସା ଦେଖାଯିବ, ପାଦ ହାତ ପୋଡାଜଳା ହେବା କିମ୍ବା ବଧୂରା ଲାଗିବା ଇତ୍ୟାଦି ଲକ୍ଷଣ ଦେଖାଗଲେ ତୁରନ୍ତ ମଧୁମେହର ପରୀକ୍ଷା କରାଇନେବା ଉଚିତ । ପରୀକ୍ଷା ନ କରି କୌଣସି ଔଷଧ ଖାଇବା ନିରାପଦ ନୁହେଁ l ଗର୍ଭବତୀଙ୍କୁ ମଧୁମେହ ଥିଲେ ପିଲା ବହୁତ ବଡ ହୋଇଯାଏ, ଯା ଦ୍ବାରା ଜନ୍ମ ହେବା ଆଗରୁ ମରିଯାଇଥାଏ । ତେଣୁ ପ୍ରତ୍ୟେକ ଗର୍ଭବତୀଙ୍କର ମଧୁମେୟ ପରୀକ୍ଷା କରାଇବା ଉଚିତ । ଏହି ପରୀକ୍ଷା ପ୍ରତ୍ୟେକ ସ୍ବାସ୍ଥ୍ୟ କେନ୍ଦ୍ର, ଉପକେନ୍ଦ୍ର ଓ ଜିଲ୍ଲା, ଡାକ୍ତରଖାନା ପର୍ଯ୍ୟନ୍ତ ମାଗଣାରେ ଉପଲବ୍ଧ ଓ ମଧୁମେୟ ଚିହ୍ନଟ ହେଲେ ଚିକିତ୍ସା ମଧ୍ୟ ମାଗଣାରେ ଯୋଗାଇ ଦିଆଯାଇଥାଏ ଅବଗତ କରିଥିଲେ । ଡାକ୍ତର ସୂତିରଞ୍ଜନ ପଣ୍ଡା, ଏପିଡୋମିଓ ଲୋଜିଷ୍ଟ ଏ ବର୍ଷର ବାର୍ତ୍ତା ” ଆସେସ ଟୁ ଡାଏବେଟସ କେୟାର:” ଉପରେ ନିଜ ଅଭିଭାଷଣରେ ଅବଗତ କରାଇଥିଲେ ଯେ ଚିକିତ୍ସା ଠାରୁ ପ୍ରତିରୋଧ କରିବା ବେଶୀ ଗୁରୁତ୍ଵପୂର୍ଣ, ତେଣୁ ନିଜେ ସଚେତନ ହେବା ସହ ଆଗାମୀ ଭବିଷ୍ୟତ ସ୍କୁଲ ଓ କଲେଜ ପିଲାମାନଙ୍କୁ ଏବଂ ସମସ୍ତ ବ୍ୟକ୍ତିଙ୍କୁ ସଚେତନ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ ଓ ଅନୁରୋଧ କଲେ ଜନସଚେତନତାକୁ ବ୍ୟାପକ କରିବାକୁ । ଉକ୍ତ ସଭାକୁ ଅତିରିକ୍ତ ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ପରିଚାଳନା କରିଥିଲେ । ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପରାମର୍ଶଦାତା ଅସିତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରରୁ ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ମହିଳା ଆରୋଗ୍ୟ ସମିତିର ମେମ୍ବରମାନେ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.