ବିଜୁ କନ୍ୟା ରତ୍ନ ଯୋଜନା ରେ ନବଜାତ କନ୍ୟା ଙ୍କୁ ସ୍ଵାଗତ କଲେ ଜିଲ୍ଲାପାଳ

0

ଜଗତସିଂହପୁର,ତା-୧୪.୧୧.୨୦୨୩/ସୁମନ୍ତ କୁମାର ଦାସ: “କନ୍ୟା ସନ୍ତାନ ଅମୂଲ୍ୟ ରତ୍ନ, ଝିଅ ନାହିଁ ତ ସଂସାର ନାହିଁ ” ଭଳି ଅଭିନବ ବାର୍ତ୍ତା ସହ ଆଜି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନବଜାତକ କନ୍ୟା ସନ୍ତାନ ମାନଙ୍କର ମା ମାନଙ୍କୁ ଉପହାର ପ୍ରଦାନ କରିବା ସହିତ ନବଜାତ ଶିଶୁ କନ୍ୟା ମାନଙ୍କ ପାଇଁ ‘ମୋ ସୁନା ଝିଅ’ ର ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବେଟୀ ବଚାଓ,ବେଟୀ ପଢାଓ ଏବଂ ବିଜୁ କନ୍ୟା ରତ୍ନ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ରେ ପୁଅ ଝିଅ ଙ୍କ ମଧ୍ୟରେ ପ୍ରଭେଦ ନକରି ଉଭୟ ଙ୍କୁ ସମାନ ଦୃଷ୍ଟି ରେ ଦେଖିବା ଏବଂ ଜନ୍ମ ସମୟରେ ଲିଙ୍ଗ ବୈଷମ୍ୟ ର ଅନୁପାତ କୁ ସମାନ ରଖିବା ଦିଗରେ ଏହା ଏକ ଅନନ୍ୟ ପଦକ୍ଷେପ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଶିଶୁ ଦିବସ ରେ ଜନ୍ମ ଗ୍ରହଣ କରିଥିବା 12 ଜଣ ନବଜାତ କନ୍ୟା ସନ୍ତାନ ଓ ସେମାନଙ୍କ ମା ମାନଙ୍କୁ ଙ୍କ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ଶ୍ରୀ କ୍ଷେତ୍ରବାସୀ ଦାଶ, ଅତିରିକ୍ତ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଡା.ଶ୍ରୀ ନିମାଇଁ ଚରଣ ନାୟକ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଶ୍ରୀ ଅଜୟ କୁମାର ସ୍ଵାଇଁ, ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ମ୍ୟାନେଜର ଶ୍ରୀମତୀ ସସ୍ମିତା ସାହୁ, ଡିପିଏମ୍ ଚକ୍ରଧର ଜେନା ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁଚରଣ ରାଉତ ସମସ୍ତ କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ।

Leave A Reply

Your email address will not be published.