ଶିଶୁସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ରଥ ପରିକ୍ରମା

0

ଜଗତସିଂହପୁର,ତା-୧୪.୧୧.୨୦୨୩/ସୁମନ୍ତ କୁମାର ଦାସ:ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶିଶୁ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ପୋଷ୍ୟ ସନ୍ତାନ ଗ୍ରହଣ ଓ ଶିଶୁ ସୁରକ୍ଷା ସଚେତନତା ରଥକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ l ନଭେମ୍ବର ୧୪ ତାରିଖଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶିଶୁ ସୁରକ୍ଷା ସପ୍ତାହ ପାଳନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତରଫରୁ “ପୋଷ୍ୟ ସନ୍ତାନ ଗ୍ରହଣ, ସ୍ନେହ ଓ ବନ୍ଧନର ପ୍ରମାଣ” ବାର୍ତାସହ ପରିକ୍ରମା କରୁଥିବା ଏହି ରଥ ମୁଖ୍ୟତଃ ପୋଷ୍ୟ ସନ୍ତାନ ଗ୍ରହଣର ନିୟମାବଳୀ,ଗ୍ରହଣଯୋଗୀଙ୍କ ଯୋଗ୍ୟତା,ଏଥିନିମନ୍ତେ ଆବଶ୍ୟକୀୟ ପ୍ରମାଣପତ୍ର ବିଭିନ୍ନ ଏଜେନ୍ସି ଗୁଡିକରେ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଉପଲବ୍ଧ ଥିବା ଶିଶୁ ମାନଙ୍କ ସୂଚନା ଏବଂ ଇଛୁକ ଗ୍ରହଣକାରୀଙ୍କର ଅନଲାଇନ ପଞ୍ଜିକରଣ ବିଷୟରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ତଥା ଗ୍ରାମରେ ଜନସାଧାରଣକୁ ସଚେତନ କରାଇବ l ଏହା ଛଡା ଶିଶୁମାନଙ୍କର ଅନୁଷ୍ଠାନିକ ଯତ୍ନ ପ୍ରତିପାଳନ ବ୍ୟବସ୍ଥା ଓ ନିରାପଦ ଆଶ୍ରୟସ୍ଥଳୀ, ଶିଶୁମାନଙ୍କର ପୁଷ୍ଟପୋଷକତା ଆଦି ବିଷୟରେ ଅବଗତ କରାଇବ l ରାଜ୍ୟସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଶିଶୁ ସୁରକ୍ଷା ୟୁନିଟର ମିଳିତ ଆନୁକୂଲ୍ୟରେ ଏହି ରଥ ୧୪.୧୧.୨୦୨୩ ରିଖରେ ଜଗତସିଂହପୁର ବ୍ଲକ ଓ ମ୍ୟୁନିସିପାଲିଟି ତା ୧୫.୧୧.୨୦୨୩ରିଖ ବିରିଡି ଓ ରଘୁନାଥପୁର ବ୍ଲକ ତା ୧୬.୧୧.୨୦୨୩ ରିଖରେ ତିର୍ତ୍ତୋଲ ୧୭.୧୧.୨୦୨୩ ରେ ନାଉଙ୍ଗା ଓ ବାଲିକୁଦା, ୧୮.୧୧.୨୦୨୩ ରେ କୁଜଙ୍ଗ,୧୯.୧୧.୨୦୨୩ରେ ପାରାଦ୍ୱୀପ ମ୍ୟୁନିସିପାଲିଟି ଏବଂ ୨୦.୧୧.୨୦୨୩ ତାରିଖରେ ଏରସମା ବ୍ଲକ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇବ l ଏହି ରଥର ଶୁଭ ଉଦଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଘ୍ନଜିତ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁ ଚରଣ ରାଉତ ଶିଶୁ ମଙ୍ଗଳର ସମିତିର ଅଧ୍ୟକ୍ଷା ଶ୍ରୀମତୀ ଶକୁନ୍ତଳା ଚୌଧୁରୀ,ଲିଗାଲ କମ ପ୍ରୋବେସନ ଅଫିସର ଶ୍ରୀ ଜଗନ୍ନାଥ ମିଶ୍ର, ଶ୍ରୀ ଉଦୟ ନାଥ ସ୍ୱାଇଁ, ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତା କିଶୋରରାୟ ପରିଷଦର ସଦସ୍ୟ ତଥା ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.