ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ

0

ଗାଇସିଲାଟ/ମନ ଡନସନା- ବିଜେପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ  ଆଚାର୍ଯ୍ୟ ଶ୍ରୀଯୁକ୍ତ ଉମାକାନ୍ତ ଜାଲ  ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ ଶିଶୁ ଦିବସ ବିଷୟରେ ଆଲୋକପାତ କରିଥିଲେ। ମନ୍ଦାକିନୀ ସାହୁ ଗୁରୁମା ସ‍ଂଯୋଜନା କରିଥିବା ବେଳେ ତୁଳସୀ ରାମ ପଣ୍ଡା ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସମସ୍ତ ଭାଇ ଭଉଣୀଙ୍କୁ ଡଟପେନ୍, ଶିଶା ପ୍ରଦାନ କରାଯାଇଥିଲା। ତା’ପରେ ସମସ୍ତ ଭାଇ ଭଉଣୀ ପ୍ରସାଦ ସେବନ କରି ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ।ଏହା ସହିତ ଶିଶୁ ବାଟିକା ବିଭାଗର ଶିଶୁ  ଶିବିର ପୁଖାମୁଣ୍ଡା ଶିବ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ  ନାଚ, ଗୀତ,ଭ୍ରମଣ ଇତ୍ୟାଦି କରି ଶିଶୁମାନେ ଆନନ୍ଦିତ ହୋଇଥିଲେ। ଉକ୍ତ ଶିବିରରେ ୧୪୦ଜଣ ଶିଶୁ ଭାଇ ଭଉଣୀ ଯୋଗଦାନ କରିଥିଲେ। ପରିଚାଳନା ସମିତିର ଉପ ସଭାପତି ତଥା ବିଜେପୁରର ଏବଇଇଓ ଶ୍ରୀଯୁକ୍ତ ସୁଶାନ୍ତ ପାଣ୍ଡେ ଓ କୋଷାଧ୍ୟକ୍ଷ ବିଜୟ କୁମାର ମେହର (ଗଣିତ ଅଧ୍ୟାପକ ବିଜେପୁର ମହା ବିଦ୍ୟାଳୟ) ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.