ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ମନ୍ଦିର ପୀଠରେ ମାଆ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ଶ୍ରୀ ଶ୍ରୀ ଶ୍ରୀ ଆନନ୍ଦ କବିଚନ୍ଦ୍ର ଦଣ୍ଡକାଳୀ ନାଟ୍ୟ ପରିଷଦ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପିଚୁକୁଳିରୁ ଆସିଥିବା ବିଶିଷ୍ଟ ପୂଜକ ପଣ୍ଡିତ ପ୍ରମୋଦ ପାଟଯୋଶୀଙ୍କ ସମେତ ପଣ୍ଡିତ ରାଧାକାନ୍ତ ପତି, ଦିଗାମ୍ବର ଷଢଙ୍ଗୀ ଓ ପଞ୍ଚାନନ ଶତପଥୀ ପୌରୋହିତ୍ୟ କରିଥିଲେ I କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ମନୋରଞ୍ଜନ ପାଣିଗ୍ରାହୀ ଏବଂ ତାଙ୍କ ସହ ଧର୍ମିଣୀ ସବିତା ପାଣିଗ୍ରାହୀ ଯୋଗ ଦେଇଥିଲେ I ଏହି ଅବସରରେ ସମସ୍ତ ଦଣ୍ଡୁଆ ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟ ଏକତ୍ରିତ ହୋଇ ଚତୁର୍ଦ୍ଦଶୀ ଦିନ ପ୍ରାତଃ ୯ ଘଣ୍ଟ ସମୟରେ ନଗର ପରିକ୍ରମା କରିବା ସହ ଦିବା ଘ୧୦.୩୦ ମିନଟରେ ବିଭିନ୍ନ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇଥିଲା I ତତସହିତ ଦଣ୍ଡକାଳୀ ମନ୍ଦିର ପରିସରରେ ମା ଶ୍ୟାମାକାଳୀଙ୍କ ଚଣ୍ଡୀପାଠ ପୂଜା କରାଯାଇ ମାଙ୍କୁ ଆବାହନ କରାଯିବା ସହ ଆନନ୍ଦ କବିଚନ୍ଦ୍ର ଦଣ୍ଡକାଳୀ ନାଟ୍ୟ ପରିଷଦ କମିଟି ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଦୁଇଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମା’ଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା I ମନ୍ଦିର ପରିସରରେ ଘଣ୍ଟ, ମୃଦଙ୍ଗ ଶବ୍ଦରେ ଏକ ଭକ୍ତି ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ବେଲଗୁଣ୍ଠାର ସମସ୍ତ ପୁରାତନ ଦଣ୍ଡ ଅଧିକାରୀ ଓ ସହରର ବହୁ ମାନ୍ୟଗଣ ବ୍ୟକ୍ତି ଏହି ଉତ୍ସବରେ ଯୋଗ ଦେଇ ମାଙ୍କ ଆଶୀର୍ବାଦ କୃପା ଲାଭ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post