ଜଗତସିଂହପୁର,ତା-୧୩.୧୧.୨୦୨୩/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ନିମୋନିଆ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ନଭେମ୍ବର ମାସ ୧୨ ତାରିଖରେ ଏହି ଦିବସ ପାଳିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରଦାସୀ ଦାସ ଏକ କ୍ୟାନପି ଉଦ୍ଘାଟନ କରିଥିଲେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜନସାଧାରଣଙ୍କ ସଚେତନତା ନିମନ୍ତେ ସ୍ଥାପିତ କରାଯାଇଥିଲା। ତାପରେ ସଭାଗୃହ ଠାରେ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରାଯାଇଥିଲା, ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଏହି ଦିବସ ପାଳନର ଅଭିପ୍ରାୟ ବିଷୟରେ କହିଥିଲେ ନିମୋନିଆ ଏକ ଅତି ଗୁରୁତର ରୋଗ ଅଟେ । 5 ବର୍ଷରୁ କାମ ବୟସର ଶିଶୁ ମୁହଁର ଏହା ଏକ ମୁଖ୍ୟ କାରଣ । ତେଣୁ ଏହାର ଲକ୍ଷଣ ଦେଖା ଦେବାମାତ୍ରେ ତୁରନ୍ତ ସ୍ବାସ୍ଥ୍ୟକର୍ମୀ କିମ୍ବା ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଅନ୍ତୁ । ଏ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଯେପରି ନିମୋନିଆରେ କୌଣସି ଶିଶୁ ମୃତ୍ୟୁମୁଖରେ ନପଡ଼ିନ୍ତୁ ଏହା ଆମର ଦାୟିତ୍ବ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ନିଜ ଅଭିଭାଷଣରେ କହିଥିଲେ ଏହି କାର୍ଯ୍ୟକ୍ରମ ୧୨ ନଭେମ୍ବରରୁ ଆରମ୍ଭ ହୋଇ ଫେବୃଆରୀ ୨୯ ତାରିଖ ୨୦୨୩ ମସିହା ପର୍ଯ୍ୟନ୍ତ ଚାଲିବ । ଆଶାକର୍ମୀମାନେ ଘର ଘର ସର୍ଭେ କରି ୫ ବର୍ଷରୁ କାମ ପିଲାମାନଙ୍କର ତାଲିକା ପ୍ରସ୍ତୁତ କରିବେ ଏବଂ ନିମୋନିଆର ଲକ୍ଷଣ ଯଥା ଦାଶ ଥବା ସହ ଦ୍ରୁତ ଗତିରେ ନିଶ୍ଵାସ ପ୍ରଶ୍ଵାସ ନେବା, ନିଶ୍ବାସ ପ୍ରଶ୍ବାସ ନେବାବେଳେ ଛାତି ଭିତରକୁ ପଶିଯିବା ଓ ଅତ୍ୟଧିକ ଦୂର ଥିବା ଭଳି ଦେଖିଲେ ତୁରନ୍ତ ସ୍ବାସ୍ଥ୍ୟକର୍ମୀଙ୍କ ପରାମର୍ଶ କ୍ରମେ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ କରିବେ । ନିମୋନିଆ ଗୁରୁତର ହେଲେ ପିଲା ଖାଇବା ପିଇବା ନ କରିବା,ବାତ ମାରିବା, ନିସ୍ତବ ହୋଇ ଅତ୍ୟଧିକ ଶୋଇ ରହିବା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ ପିଲାକୁ ବଞ୍ଚେଇବା କଷ୍ଟ ହୋଇଥାଏ । ଏହା ସହ ପି.ସି.ଭି. ଟୀକାକରଣ ସୁନିଶ୍ଚିତ କରିବେ । କାରଣ ଏହି ଟୀକା ଶିଶୁକୁ ନିମକୋକସ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିସ୍କ ସଂକ୍ରମଣରୁ ଶିଶୁକୁ ସୁରକ୍ଷା ଦେଇଥାଏ । ଏହି ଟୀକା ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିନାମୁଲ୍ୟରେ ଉପଲବ୍ଧ । ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଜୟ କୁମାର ସ୍ବାଇଁ ନିମୋନିଆ ପ୍ରତିରୋଧର ମାଧ୍ୟମ ଓ ଆଶା ସ୍ତରରୁ ଡାକ୍ତରଙ୍କ ସ୍ତର ପର୍ଯ୍ୟନ୍ତ ଥିବା ଦାୟିତ୍ବ ଓ ଚିକିତ୍ସା, ନିମୋନିଆ ହବାର ଆଶଙ୍କା ଅଧିକା ଥାଏ, ଅଧିକ ସମୟ ଧୂଆଁ ପାଖରେ ରହିଲେ, ଜଳବାୟୁ ପରିବର୍ତ୍ତନ ହେଲେ, ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ,ପୁଷ୍ଟିକର ଖାଦ୍ୟ ନ ଖାଇଲେ ନିମୋନିଆ ହବାର ସମ୍ଭାବନା ବଢିଯାଏ ।କମ ଓଜନ ବିଶିଷ୍ଟ ଶିଶୁ ଜନ୍ମ ହୋଇଥିଲେ l କିମ୍ବା ସମୟ ପୂର୍ବରୁ ଜନ୍ମ ହୋଇଥିଲେ ନିମୋନିଆର ବିପଦ ବଢିଯାଏ । ରୋଗୀ କାଶିବା, ଝିଙ୍କିବା ଦ୍ବାରା ବାୟୁ ମାଧ୍ୟମରେ ନିମୋନିଆ ରୋଗ ଜୀବାଣୁ ବ୍ୟାପିଥାଏ ବିଷୟରେ ଏକ ପ୍ରେଟେକ୍ସସନ ମାଧ୍ୟମରେ ଅବଗତ କରାଇଥିଲେ । ଉକ୍ତ ସଭାରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I ରକ୍ତ ସଭାରେ ଜିଲ୍ଲାସ୍ତରରୁ ହସ୍ପିଟାଲ ମ୍ୟାନେଜର ସସ୍ମିତା ସାହୁ, ଆଶାକର୍ମୀମାନେ, ଅଙ୍ଗନୱାଡିକର୍ମୀ, ମହିଳା ଆରୋଗ୍ୟ ସମିତିର ମେମ୍ବରମାନେ, ଏନ.ଡି.ଓ. ର ମେମ୍ବର ମାନଙ୍କ, ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post