ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଅଞ୍ଚଳର ଜନସାଧାରଣଙ୍କ ସ୍ଵାସ୍ଥ୍ୟ ଏବଂ କଲ୍ୟାଣ ନିମନ୍ତେ ଟିକିରିଠାରେ ଏକ ମଲ୍ଟି ସ୍ପେଶାଲିଟି ଉତ୍କଳ ହସ୍ପିଟାଲ ସ୍ଥାପନ କରିଛି ଯାହା ବାର୍ଷିକ ୩୦୦୦୦ରୁ ଅଧିକ ଲୋକଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଆସୁଛି ।ସ୍ଥାନୀୟ ଜନସାଧାରଣଙ୍କୁ ଉନ୍ନତ ଚିକିତ୍ସା ସୁବିଦା ଯୋଗାଇଦେବା ଦୃଷ୍ଟିକୋଣରୁ ଉତ୍କଳ ହସ୍ପିଟାଲ ଲାପାରୋସ୍କୋପି ସୁବିଧା ଆରମ୍ଭ କରିଛି ଯାହା ଫଳପ୍ରଦ ଅସ୍ତ୍ରୋପଚାରକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କର ଖର୍ଚ୍ଚ ଏବଂ ଚିକିତ୍ସା ଅବଧୂ ମଧ୍ୟ ହ୍ରାସ କରିବ।ଏହି ବ୍ୟବସ୍ଥାକୁ ଶ୍ରୀ ମଜହର ବେଗ, ୟୁନିଟ୍ ହେଡ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଓ ଶ୍ରୀମତୀ ହିନା ବେଗ୍, ପ୍ରେସିଡେଣ୍ଟ, ଉଜ୍ଜ୍ବଳ ଉତ୍କଳ ଲେଡିଜ୍ କ୍ଲବ୍ ଉଦ୍ଘାଟନ କରିଥିଲେ। ଶ୍ରୀ ବିଜୟ କୁମୁରା, ୟୁନିଟ୍ ଏଚଆର୍ ହେଡ, ଡଃ.ଅରିନ୍ଦମ୍ ରୟଚୌଧୁରୀ, ହେଡ୍ ଉତ୍କଳ ମେଡିକାଲ ସର୍ଭିସେସ୍ ଏବଂ ସିଏମ୍ଓ, ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ହେଡ୍ ସିଏସ୍ର ଆଣ୍ଡ ସିଆର୍ ଉତ୍କଳ ଆଲୁମିନା ପ୍ରମୁଖ ବିଶିଷ୍ଟ ବ୍ୟକ୍ତବିଶେଷ ଏହି ଅବସରରେ ଉପସ୍ଥିତ ଥିଲେ ।ଶ୍ରୀ ମଜହର ବେଗ୍ ଉତ୍କଳ ଆଲୁମିନା ଉଦ୍ଘାଟନୀ ଉତ୍ସବରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ରଖୁଥିବା ଏଭଳି ମହତ୍ ବ୍ୟବସ୍ଥାର ଶୁଭାରମ୍ଭ ନିମନ୍ତେ ଉତ୍କଳ ଆଲୁମିନାର ଚିକିତ୍ସା ଟିମ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ। ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଆଦିବାସୀ ଅଧ୍ୟଷିତ ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯିବ।
