ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୁନିର୍ତି ବିରୁଦ୍ଧରେ ପ୍ରତିବାଦ ସଭା ରେ ସହଯୋଗ ପାଇଁ ବିଜେପି ପକ୍ଷରୁ ବିଡ଼ିଓ ଙ୍କୁ ଲିଖିତ ଦାବିପତ୍ର l

0 2

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ବିଜେପି ଆହ୍ୱାନ କ୍ରମେ ତଥା ମାହାଙ୍ଗା ଯୁବନେତା ଶାରଦା ପ୍ରଧାନ ଙ୍କ ନିର୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁନିର୍ତି, ଭ୍ରଷ୍ଟାଚାର ବିରୁଦ୍ଧରେ ରେ ନିଶ୍ଚିନ୍ତକୋଇଲି ବ୍ଲକ ସମ୍ମୁଖରେ ଏକ ପ୍ରତିସଭା ଆସନ୍ତା 15 ତାରିଖରେ ଅନୁଷ୍ଠିତ କରାଯିବ l ପରେ ପରେ ମାନ୍ୟବର ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ଙ୍କ ଜରିଆରେ ପ୍ରଦାନ କରାଯିବ l ଆସନ୍ତା 15 ତାରିଖରେ ରହିଥିବା ପ୍ରତିବାଦ ସଭା କାର୍ଯ୍ୟକ୍ରମ ରେ ପ୍ରଶାସନିକ ସହଯୋଗ ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଲିଖିତପତ୍ର ବିଡ଼ିଓ ଧର୍ମରଞ୍ଜନ ପଣ୍ଡା ଙ୍କୁ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସମ୍ପାଦକ, ବିବେକାନନ୍ଦ ବେହେରା, 26ନମ୍ବର ଜୋନ ମଣ୍ଡଳ ସଭାପତି କୈଳାସ ବେହେରା, ଜିଲ୍ଲା ପ୍ରତିନିଧି ହେମନ୍ତ କୁମାର ରାଉତ,  ସମୀର କେତନ ରାଉତ ଙ୍କ ସମେତ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ l  ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରତିବାଦ ସଭା କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, ଏବଂ ସମସ୍ତ ବିଜେପି କର୍ମୀମାନେ ଯୋଗଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି l

Leave A Reply

Your email address will not be published.