ଅଦ୍ଵିକା କପ ଉଦଯାପିତ

0 2

ସୋନପୁର (ଆର୍ତ୍ତତ୍ରାଣ ମହାପାତ୍ର): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ଆକ୍ସନଏଡ଼ର ମିଳିତ ସହଯୋଗ ରେ ଅଦ୍ଵିକା କପ 2023ସ୍ଥାନୀୟ ରାମେଶ୍ୱର ଷ୍ଟାଡିଅମ ରେ ଉଜଯାପିତ ହୋଇ ଯାଇଛି | ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଏଡ଼ିଏମ (ଜେନେରାଲ) ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ଉପସ୍ଥିତ ରହି କିଶୋରୀମାନଙ୍କୁ ସୁସ୍ଥ ପରିବେଶ ଏବଂ ସୁସ୍ଥ ସମାଜ ଗଠନ ପାଇଁ ଖେଳ ଅତ୍ୟନ୍ତ ଆବଶ୍ୟକ ବୋଲି ମତ ପୋଷଣ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଯୁକ୍ତ ଘାସିରାମ ପଣ୍ଡା ଜାତୀୟ ସ୍ତର ର କାର୍ଯ୍ୟକ୍ରମ ମୁଖ୍ୟ ଉପସ୍ଥିତ ରହି ଛଅ ଗୋଟି ବ୍ଲକ ରୁ ଆସିଥିବା ସମସ୍ତ ପ୍ରତିଯୋଗୀ ଅଙ୍ଗନବାଡି କର୍ମୀ ମାନଙ୍କୁ ଅଦ୍ଵିକା କପ 2023 ର ବାର୍ତ୍ତା ପ୍ରଦାନ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ cwc ଅଧ୍ୟକ୍ଷ ଏବଂ ସମସ୍ତ ମେମ୍ବର, ଡ଼ିପିଇଟି ଶ୍ରୀ ସତ୍ୟନାରାୟଣ ପଣ୍ଡା ଉପସ୍ଥିତ ଥିଲେ. ଉକ୍ତ କାର୍ଯକ୍ରମ ରେ ଛଗୋଟି ପ୍ରକଳ୍ପ ରୁ ଆସିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କ ଦ୍ୱାରା କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା | ଦ୍ୱିତୀୟ ରେ ଅଙ୍ଗନବାଡି କର୍ମୀ ଏବଂ କିଶୋରୀ ଝିଅ ମାନଙ୍କ ମଧ୍ୟରେ ଫୂଟବଲ ଖେଳ ଅନୁଷ୍ଠିତ ହୋଇଥିଲା. ଉଦ୍ଘାଟନୀ ଉତ୍ସବ ରେ ଏଡ଼ିଏମ ଶ୍ରୀମତୀ ପ୍ରଧାନ, ଅନିତା ଗୁରୁ (ପିଓ )ଶ୍ରୀ ଘାସିରାମ ପଣ୍ଡା ଉପସ୍ଥିତ ରହି ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ | ଏହି କାର୍ଯକ୍ରମ କୁ ସୁବର୍ଣ୍ଣପୁର ଜିଲ୍ଲା ର ବାଲ୍ୟ ବିବାହ କୁ ନା ର ଜିଲ୍ଲା ସଂଯୋଜକ ଶ୍ରୀ ଅକ୍ଷୟ କୁମାର ସିଂ ସଂଯୋଜନା କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସଂଜୀବ ମିଶ୍ର ଶ୍ରୀ ମୋହନ କୁମାର ମେହେର ସହଯୋଗ କରିଥିଲେ | ଶେଷରେ ଶ୍ରୀ ଦୁଃଖିଶ୍ୟାମ ସେଠି ଉପସ୍ଥିତ ସମସ୍ତ ପ୍ରତିଯୋଗୀ ଏବଂ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ.

Leave A Reply

Your email address will not be published.