ଖାଲିଆପାଲି ରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ l

0 2

ପଦ୍ମପୁର :-ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ଖଲିଆପାଲି ଠାରେ ଅନୁଷ୍ଠିତ ହୋଇଯାଇଅଛି ଏହି ପୂଜନୋସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦକ ରାଜୁ ଘିବେଲା ଯୋଗଦାନ କରି ଥିଲେ l ବିଧାୟିକା ଶ୍ରୀମତୀ ବରିହା ଯାଦବ ସମାଜର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତଥା ନିର୍ମାଣାଧିନ ଯାଦବ ଭବନ ଉପରେ ଆଲୋକପାତ କରିଥିଲେ। ଏବଂ ଅଞ୍ଚଳ ର ସମସ୍ତ ଯାଦବ ନେତା ତଥା ଶହ ଶହ ସଂଖ୍ୟାରେ ଯାଦବ ମାନେ ମାଁ ଭଉଣୀ ମାନେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟିକୁ ବାଗ, ସଚିଦାନନ୍ଦ ବାଗ, ମହନ ବଗର୍ତ୍ତି, ପୂର୍ଣଚନ୍ଦ୍ର ମହାକୁଡ,ତୁଲାରାମ ପାଣ୍ଡେ, ଉପେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.