କେମିତିକା ସେ ମା : ନବଜାତ ଶିଶୁ କନ୍ୟାକୁ ଫୋପାଡ଼ି ଦେଇ ଚାଲିଗଲା !

0 2

ପାଇକମାଳ ରାଣୀ ଝରନ କୂଳରେ ଏକ ମୃତ ନବଜାତ ଶିଶୁ କନ୍ୟା ଉଦ୍ଧାର

ବରଗଡ଼:- ଏପଟେ ଆମେ ନାରୀ କୁ ନାରାୟଣୀ କହୁଛୁ ଅନ୍ୟପଟେ ଏବେ ବି ଅନେକ ଅଛନ୍ତି ଯେଉଁ ମାନଙ୍କ ପାଇଁ ଝିଅ ସମ୍ପୁର୍ଣ୍ଣ ଭାବରେ ଅଲୋଡ଼ା । ଜନ୍ମ ପୂର୍ବରୁ କନ୍ୟାଭୁଣ ହତ୍ୟା ହେଉ ବା ଜନ୍ମ ପରେ କନ୍ୟା ସନ୍ତାନ କୁ ଅଦରକାରୀ ଭାବି ଫିଙ୍ଗି ଦେବା ଘଟଣା ଏବେ ମଧ୍ୟ ଶିକ୍ଷିତ ସମାଜ କୁ ଦୋହଲାଇ ଦେଉଛି । ଆଜି ପାଇକମାଳ କଲୋନୀ ପଡା ନିକଟସ୍ଥ ରାଣୀ ଝରଣ ବ୍ରିଜ ପାଖରେ ରାଣି ଝରନ କୂଳରେ ଏକ ମୃତ ନବଜାତ ଶିଶୁ କନ୍ୟା ର ଶବ କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ କଲୋନୀପଡ଼ାର କିଛି ମହିଳା ଆଜି ସନ୍ଧ୍ୟାରେ ଝରଣା ପଟକୁ ଯିବା ସମୟରେ ଏକ ବୁଦା ମୂଳେ କିଛି ପଡ଼ିଥିବା ଦେଖି ପାଖକୁ ଯାଇଥିଲେ । ସେଠି ଯାଇ ଦେଖିଲା ବେଳକୁ ଏକ ନବଜାତ ଶିଶୁ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଛି । ସେମାନେ ସଙ୍ଗେ ସଙ୍ଗେ ଯାଇ ପାଇକମାଳ ଆଶା ଦିଦି ସବିତା ନାୟକ ଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ । ଆଶା ଦିଦି ଶ୍ରୀମତୀ ନାୟକ ଘଟଣା ସ୍ଥଳକୁ ଯାଇ ଦେଖିଥିଲେ ଯେ ରକ୍ତାକ୍ତ ଅବସ୍ଥାରେ ଏକ ନବଜାତ ଝିଅ ଛୁଆ ଟିଏ ବୁଦା ମୂଳେ ପଡ଼ିରହିଛି । ପରେ ସମସ୍ତେ ମିଶି ମୃତ ନବଜାତ ଶିଶୁ କନ୍ୟା କୁ ଉଦ୍ଧାର କରିବା ସହ ପାଇକମାଳ ପୋଲିସ କୁ ଖବର ଦେଇଥିଲେ । ଆଶା ଦିଦି ଶ୍ରୀମତୀ ନାୟକ ଙ୍କ ସହ ଆଶା ଦିଦି ପ୍ରିୟଙ୍ଗିନୀ ରଣା ଏବଂ କଲୋନୀପଡ଼ା ର ମହିଳା ମାନେ ମିଶି ମୃତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ଖବର ପାଇ ପାଇକମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସହିତ ମୃତ ଶିଶୁ କନ୍ୟା ର ଶବ ଜବତ କରିଥିବା ଜଣାପଡିଛି । କାରଣ ଯାହା ବି ହେଇ ଥାଉ ନା କାହିଁକି , ଯେଉଁ ମାଁ ଏହିଭଳି ଭାବରେ ଏକ ନବଜାତ ଶିଶୁ କନ୍ୟା କୁ ଫୋପାଡ଼ି ଦେଇ ଯାଇଛି ତାକୁ ସହଜରେ ଗ୍ରହଣ କରା ଯାଇ ନ ପାରେ । ବର୍ତ୍ତମାନ ସମୟରେ ଘଟଣା ଟି ପାଇକମାଳ ଓ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି ।

Leave A Reply

Your email address will not be published.