ବାଣପୁର-(ସେକ୍ କୌସର )- ଖୋର୍ଦ୍ଧା ଜିଲ୍ଲା ବାଣପୁର କଲେଜ ଛକ ଅନ୍ତର୍ଗତ କଲେଜ ମୁଖ୍ୟ ସଡକ ସ୍ଥିତ ଆରମ୍ଭ ହୋଇଛି ଚଳିତ ବର୍ଷର ମାଆ ଶ୍ୟାମାକାଳୀଙ୍କ ପୂଜା ଉତ୍ସବ I ଏହି ପୁଜା ଅବସରରେ ଗୋବିନ୍ଦପୁର ଗ୍ରାମରେ କଳସ ଯାତ୍ରା ସହିତ ପୂଜା ମଣ୍ଡପରେ ମଣ୍ଡଳା ଭରଣ,ନ୍ୟାସ ପୂଜା,ଏବଂ ଆଳତୀ ଅନୁଷ୍ଠିତ ହୋଇଯାଇଛି I ଏହି ପୂଜା ଆସନ୍ତା ଶୁକ୍ରବାର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଶନିବାର ଦିନ ଦେବୀଙ୍କ ବିସର୍ଜ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ନବରଙ୍ଗ ଭଳି କାର୍ଯ୍ୟକ୍ରମମାନ ଆୟୋଜିତ ହେବ ବୋଲି ସୂଚନା ମିଳିଛି I ମାଆଙ୍କ ପୂଜା ଦେଖିବାକୁ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ଆଗାମୀ ଦିନ ମାନଙ୍କରେ ଭକ୍ତଙ୍କ ଗହଳି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛିIକାର୍ଯ୍ୟକ୍ରମରେ କାଳୀ ପୂଜା କମିଟି କଲେଜ ଛକ, ଗୋବିନ୍ଦପୁର ଗ୍ରାମ ର ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ଦାୟିତ୍ୱ ତୁଲାଇଥିବା ବେଳେ ମାଙ୍କ ମେଢ ଓ ସାଜସଜା ଆକର୍ଷଣୀୟ ହୋଇଛି ।
Sign in
Sign in
Recover your password.
A password will be e-mailed to you.