ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ଓ ନୃସିଂହନାଥ ଫରେଷ୍ଟ ରେଞ୍ଜ ର ପ୍ରାୟ ସମସ୍ତ ଅଞ୍ଚଳରେ ଜଙ୍ଗଲୀ ଜୀବଜନ୍ତୁ ରହିଛନ୍ତି । ଏହି ଅଞ୍ଚଳରେ କିଛି ଖଳ ପ୍ରକୃତି ର ଲୋକ ମଧ୍ୟ ରହିଛନ୍ତି ଯେଉଁ ମାନେ କି ଜଙ୍ଗଲ ରୁ ମୂଲ୍ୟବାନ ଗଛ ଚୋରା ଚାଲାଣ କରୁଛନ୍ତି , ଏମିତି ଅନେକ ଲୋକ ମଧ୍ୟ ରହିଛନ୍ତି ଯେଉଁ ମାନେ ସୁଯୋଗ ଦେଖି ଜଙ୍ଗଲୀ ଜୀବଜନ୍ତୁ ମାନଙ୍କ ଶିକାର ବି କରୁଛନ୍ତି । ଏହି ଭଳି ଏକ ଶିକାର ଘଟଣା ଆଜି ପାଇକମାଲ ରେଞ୍ଜ ଅନ୍ତର୍ଗତ ଭୁବନେଶ୍ବରପୁର ଫରେଷ୍ଟ ବିଟ ଅଧିନସ୍ଥ ଛେତେଙ୍ଗା ଗ୍ରାମରୁ ସାମ୍ନା କୁ ଆସିଛି ।
ପାଇକମାଲ ଫରେଷ୍ଟର ରଜନୀକାନ୍ତ ବଢ଼େଇ ଙ୍କର ମୁତାବକ , ବୋଧହୁଏ ଗତ ରାତିରେ ଛେତେଙ୍ଗା ଗ୍ରାମର କିଛି ଲୋକ ଏକ ଜଙ୍ଗଲୀ ଭାଲୁ ର ଶିକାର କରିଥିଲେ । ଆଜି ସକାଳେ ଭାଲୁ ର ମାଂସ କାଟି , କିଛି ଲୋକଙ୍କୁ ଛେଳି , କିଛି ଲୋକଙ୍କୁ ବାର୍ହା ଓ କିଛି ଲୋକଙ୍କୁ ବୋଦା ମାଂସ ବୋଲି ବିକ୍ରି କରିଥିଲେ । ମଧ୍ୟାହ୍ନ ପ୍ରାୟ ଗୋଟିଏ ସମୟ ରେ ଚେତେଙ୍ଗା ଗ୍ରାମରୁ ପରସଖଣ୍ଡି ଗ୍ରାମକୁ ଯାଇଥିବା ରାସ୍ତାରେ , ଭୁବନେଶ୍ୱରପୁର ଫରେଷ୍ଟ ଗାର୍ଡ ସୌଦାମିନୀ ବରିହା ଯାଉଥିବା ବେଳେ ଏକ ନିଛାଟିଆ ସ୍ଥାନରେ ମାଂସ ରନ୍ଧା ହେଉଥିବା ଜାଣି ପାରି ତୁରନ୍ତ ଅଟକି ଯାଇଥିଲେ । ଫରେଷ୍ଟ ଗାର୍ଡ ଙ୍କୁ ଅଟକିବା ଦେଖି , ମାଂସ ରାନ୍ଧୁଥିବା ବ୍ୟକ୍ତି ମାନେ ବ୍ୟତିବ୍ୟସ୍ତ ହୋଇ ଏଣେ ତେଣେ ପଳେଇ ଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ପୂର୍ବରୁ ଜଙ୍ଗଲୀ ମାଂସ ରନ୍ଧା ହେଉଥିବା ସନ୍ଦେହ କରି ଗାର୍ଡ ସୌଦାମିନୀ ପାଇକମାଲ ରେଞ୍ଜ କୁ ସୂଚନା ପ୍ରଦାନ କରି ସାରିଥିଲେ । ସୂଚନା ପାଇବା ମାତ୍ରେ ପାଇକମାଲ ରେଞ୍ଜର ସ୍କ୍ୱାର୍ଡ ଟିମ ବାହାରି ଘଟଣା ସ୍ଥଳକୁ ପହଞ୍ଚି ସୌଦାମିନୀ ସହିତ ମିଶି ଜଙ୍ଗଲୀ ମାଂସ ରାନ୍ଧୁଥିବା ଓ କାଟୁଥିବା ଅବସ୍ଥାରେ ତିନି ଜଣଙ୍କୁ ଧରିଥିଲେ । ଘଟଣା ସ୍ଥଳରୁ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ପ୍ରାୟ ତିନି କେଜି ରନ୍ଧା ମାଂସ ଓ ପାଞ୍ଚ କେଜି ରୁ ଉର୍ଦ୍ବ କଟା କଞ୍ଚା ମାଂସ ଜବତ କରିଥିଲେ । ପରେ ଜଣା ପଡିଥିଲା ଯେ ଏହା ଭାଲୁ ମାଂସ ଅଟେ ।
ଏହି ଘଟଣା କୁ ନେଇ ପାଇକମାଲ ରେଞ୍ଜ ରେ କେଶ ନମ୍ବର 53 ଅଫ 23/24 ଧାରା 9 , 39 , 44 , 50 ଅଫ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅଧୀନରେ ମାମଲା ରୁଜୁ କରି ତିନିଜଣ , ଛେତେଙ୍ଗା ଗ୍ରାମର ବିରେନ୍ଦ୍ର ସଂଢ , ପିତା ମିତଭାନୁ , ନୂଆପଡା ଜିଲ୍ଲା ବେଳଟୁକୁରି ଥାନା ଅନ୍ତର୍ଗତ ଭାନପୁର ଗ୍ରାମର ଅକ୍ଷୟ ଲୋହାର ପି ଚନ୍ଦ୍ରମଣି ଓ ସେହି ଭାନପୁର ଗ୍ରାମର ଦୁର୍ଯୋଧନ ଶବର ପି ପାର୍ଥବ କୁ ଗିରଫ କରିଛି । ଜବତ ମାଂସ ର ବିବରଣୀ ଜାଣିବା ପାଇଁ ଜବତ ମାଂସ କୁ ସିଲ କରାଯାଇ ଭୁବନେଶ୍ବର କୁ ପଠା ଯିବ ବୋଲି ସୂଚନା ରହିଛି ।
ବାସ୍ତବରେ ଭୁବନେଶ୍ୱରପୁର ବିଟ ର ଫରେଷ୍ଟ ଗାର୍ଡ ସୌଦାମିନୀ ବରିହା ଙ୍କର ସାହସ ଓ କର୍ତବ୍ୟ ପ୍ରତି ଡେଡିକେସନ ଓ ଉପସ୍ଥିତ ବୁଦ୍ଧି କାରଣ ରୁ ଆଜି ଜଙ୍ଗଲୀ ଜନ୍ତୁ ଶିକାର ଅଭିଯୋଗ ରେ ତିନି ଜଣ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ଜଙ୍ଗଲ ବିଭାଗ ।
Sign in
Sign in
Recover your password.
A password will be e-mailed to you.