ସାଂସଦ ଙ୍କ ଉନ୍ନୟନ ପାଣ୍ଠି ରୁ ପଥ ପ୍ରାନ୍ତ ଜନ ଆଶ୍ରୟ ସ୍ଥଳୀ ର ଉଦ୍ ଘାଟନ।

0 2

 ବାସୁଦେବପୁର – ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ବାସୁଦେବପୁର ରେ ମୁଖ୍ୟ ବଜାର କାଳୀ ମନ୍ଦିର ଛକ ନିକଟରେ ଏକ ପଥ ପ୍ରାନ୍ତ ଜନ ଆଶ୍ରୟ ସ୍ଥଳୀ ର ଶୁଭ ଉଦ୍ ଘାଟନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର ଉପାଧ୍ୟକ୍ଷ ଉତ୍ତମ ବାରିକ୍, ପୌର ଅଧିକାରୀ ସମୀର ରଞ୍ଜନ ଦାଶ , ଏସ ଡି ପି ଓ ସୌରଭ ଓଟା, ଥାନା ଅଧିକାରୀଣୀ ଲୋପାମୁଦ୍ରା ନାୟକ, କାଉନସିଲର ଜୟନ୍ତୀ ସାହୁ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ସମାଜସେବୀ ଶୁଭେନ୍ଦୁ ବେହେରା, ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ଭାଗିରଥି ବଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପଥ ପ୍ରାନ୍ତ ଜନ ଆଶ୍ରୟ ସ୍ଥଳୀ ରେ ବାସୁଦେବପୁର କୁ ବିଭିନ୍ନ ସ୍ଥାନ ରୁ ଆସୁଥିବା ଲୋକ ମାନେ ଉପକାର ପାଇ ପାରିବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି। ସେହିପରି ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଅତିଥି ମାନେ ମଧ୍ୟ ହାଇ ସ୍କୁଲ ଛକ ନିକଟରେ ଏକ ଶ୍ରମିକ ଭବନ ର ଉଦ୍ ଘାଟନ କରିଛନ୍ତି।

Leave A Reply

Your email address will not be published.