ନିଆରା ଢଙ୍ଗ ରେ ଦୀପାବଳି ପାଳନ କଲେ ଆଦର୍ଶ ଯୁବ ପରିଷଦ

0 2
  • ଅନାଥ ଦୁଇ ଭାଇ ଭଉଣୀଙ୍କ ମୁହଁରେ ଖୁସି ଆଣିବାର ନିଆରା ପ୍ରଚେଷ୍ଟା

  • ଦୀପାବଳି ରେ ଦୁଇ ଅନାଥ ଙ୍କୁ 20000/ ଆର୍ଥିକ ସହାୟତା ପ୍ରଦାନ କଲେ ଆଦର୍ଶ ଯୁବ ପରିଷଦ

  • ଦୁଇ ଅନାଥ ଙ୍କ ସାହା ଭରସା ପାଲଟିଛନ୍ତି ବୃଦ୍ଧ ଜେଜେମା ଏବଂ ଜେଜେବାପା

ବାସୁଦେବପୁର:-ବେଳେ ବେଳେ ଏମିତି ଚରିତ୍ର ସାମ୍ନା କୁ ଆସନ୍ତି ଯେଉଁମାନଙ୍କ ଭାଗ୍ୟ ରେ ସକାଳ ର ଖୁସି ସଞ୍ଜକୁ ନଥାଏ | ଦୁଇ ସନ୍ତାନ ଙ୍କୁ ଏକା କରି ଚାଲିଗଲେ ପରିବାର ର ମୁଖ୍ୟ | ଭାଙ୍ଗିଗଲା ସବୁ ସ୍ୱପ୍ନ, ଉଜୁଡିଗଲା ପରିବାର | ଖେଳିବା ପଢିବା ବୟସ ରେ ଜୀବନ ସଂଗ୍ରାମ ରେ ଏକୁଟିଆ ହୋଇଯାଇଛନ୍ତି ଦୁଇ ଭାଇ ଭଉଣୀ | କଅଁଳ ବୟସ ରେ ପାଦ ଥାପିଥିବା ଦୁଇ ଭାଇ ଭଉଣୀ ଏ ଦୁନିଆ କୁ ଚିନ୍ହିବା ପୂର୍ବରୁ ତାଙ୍କ ପାଖରୁ ଦୁରେଇ ଆର ପାରିକୁ ଚାଲି ଯାଇଛନ୍ତି ନିଜ ପିତାମାତା | ଅର୍ଥ ଅଭାବ ରୁ ନିଜ ପିତା ମାତା ଙ୍କ ଶେଷ ମୁଁହ ମଧ୍ୟ ଦର୍ଶନ କରି ପାରିନାହାନ୍ତି ଦୁଇ ଅଭାଗା ଭାଇ ଭଉଣୀ | ଭାଗ୍ୟ ର ବିଡମ୍ବନା ଆଜି ତାଂକୁ ସମାଜ ରେ ଅନାଥ କରିଦେଇଛି | ନିଜ ଦୁଃଖ କହିବେ କାହାକୁ ଶୁଣିବ ବା କିଏ?? ସମୟ ର କରାଳ ରୂପକୁ ନିଜର କପାଳ ଲିଖନ ଭାବି ଆଗକୁ ବଢିବାକୁ ସାହାରା ଖୋଜୁଛନ୍ତି ଦୁଇ ଅନାଥ ଭାଇ ଭଉଣୀ | କେବଳ ପାଖରେ ରେ ଥିବା ବୃଦ୍ଧ ଜେଜେମା ଜେଜବାପା ହିଁ ତାଙ୍କର ଏକମାତ୍ର ସାହା ଭରସା ପାଲଟିଛନ୍ତି | ସ୍ୱପ୍ନ ଦେଖିବା ଆଗରୁ ସବୁ ସ୍ୱପ୍ନ ସମୟ ର ପଶାପାଲି ରେ ଧୂଳିସାତ ହୋଇ ମାଟିରେ ମିଶିଯାଇଛି |
ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବଣିପଦା ନିକଟ ଗୁଆଗଢିଆ ଗ୍ରାମ ରେ | ଏହି ଗ୍ରାମର କହ୍ନେଇ ଦାସ ଆନ୍ଧ୍ରପ୍ରଦେଶ ଗୁଣ୍ଠୁର ରେ ରହି ଦାଦନ ଖଟି ପରିବାର ପୋଷୁଥିଲେ.| ତାଙ୍କର ଦୁଇ ସନ୍ତାନ ଲକ୍ଷ୍ମୀ ଦାସ ଏବଂ ଶୁଭଙ୍କର ଦାସ | କହ୍ନେଇ ଙ୍କ ର ସ୍ତ୍ରୀ ସପନା ଦାସ ଙ୍କ ର ଛଅ ମାସ ପୂର୍ବରୁ ଗର୍ଭବତୀ ଥିବା ସମୟରେ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ | ସ୍ତ୍ରୀ ଙ୍କର ମୃତ୍ୟୁର ଛଅ ମାସ ପରେ ଗତ 25 /08/23 ରିଖ ଆନ୍ଧ୍ର ପ୍ରଦେଶରେ କହ୍ନେଇଙ୍କର ଏକ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିଲା.| ପରିବାର ଅଭାବରେ ଥିବା ରୁ ବାପା ମା ଙ୍କ ମୃତ୍ୟୁ ପରେ ତାଙ୍କ ଶବ ସତ୍କାର ଆନ୍ଧ୍ର ରେ କରାଯାଇଥିଲା… ଦୁଇ ଅନାଥ ଙ୍କର ଦୁର୍ଭାଗ୍ୟ ଯେ ସେମାନେ ନିଜ ପିତାମାତା ଙ୍କ ଶେଷ ଦର୍ଶନ କରି ପାରିଲେନାହିଁ | ଗ୍ରାମବାସୀ ମାନେ ଆର୍ଥିକ ସହାୟତା କରିବାରୁ ନିଜର ପିତାଙ୍କ ଶୁଦ୍ଧି କ୍ରିୟା କାର୍ଯ୍ୟ ଗାଁ ରେ ଦୁଇ ଭାଇ ଭଉଣୀ କରି ପାରିଥିଲେ | ବର୍ତମାନ ଦୁଇ ଭାଇ ଭଉଣୀ ନିଜ ଜେଜେ ବାପା ଏବଂ ଜେଜେ ମା ଙ୍କ ପାଖରେ ରହିଛନ୍ତି | ଜେଜେ ବାପା ଜେଜେ ମା ଙ୍କ ର କୌଣସି ରୋଜଗାର ନଥିବାରୁ ଦୁଇ ଭାଇ ଭଉଣୀ ଙ୍କର ପାଠ ପଢିବା ସହ ଘରେ ଖାଇବା ପିଇବା ରେ ମଧ୍ୟ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି | ଏହି ଘଟଣା ଗ୍ରାମବାସୀ ମାନେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ କୁ ଅବଗତ କଲା ପରେ ପରିଷଦ ସଦସ୍ୟ ମାନେ ଦୀପାବଳି ଉତ୍ସବରେ ବଣିପଦା ରେ ପହଂଚି ଦୁଇ ଭାଇ ଭଉଣୀ ଙ୍କୁ 20000/ ଟଙ୍କା ର ଆର୍ଥିକ ସହାୟତା ସହ ଏକ ମାସର ରେସନ ସାମଗ୍ରୀ, ପଢିବା ପାଇଁ ପାଠ୍ୟ ସାମଗ୍ରୀ ଏହା ସହ ଦୁଇ ପିଲାଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ | ପରିଷଦ ସଦସ୍ୟା ମାନେ ଝିଅ ଟିକୁ ଆଲୋକ ପର୍ବ ପାଳନ କରିବାକୁ ସଜବାଜ କରିଦେଇଥିଲେ| ଏହା ସମସ୍ତ ସଦସ୍ୟ ସଦସ୍ୟା ଏହି ଦୁଇ ପିଲା ଙ୍କ ସହ କୁମ୍ପି, ଝରାବତୀ ଝରାଇ ଆଲୋକ ର ପର୍ବ ଦୀପାବଳି କୁ ପାଳନ କରିଥିଲେ | ଏହା ସହ ଏହି ଦୁଇ ପିଲା କିପରି ଆଗକୁ ଭଲ ପଢି ପାରିବେ ପରିଷଦ ତରଫରୁ ସହଯୋଗ କରାଯିବ ବୋଲି ସଦସ୍ୟ ମାନେ ପ୍ରତିଶୃତି ଦେଇଥିଲେ | ପରିଷଦ ସଦସ୍ୟ ମାନେ ନିଜ ଘରେ ଆଜି ଦୀପାବଳିକୁ ପାଳନ ନକରି 40 କିମି ଦୂର ରୁ ଆସି ବଣିପଦା ରେ ଏହି ଅନାଥ ପିଲାଙ୍କ ସହ ଦୀପାବଳିକୁ ପାଳନ କରି ଦୁଇ ପିଲା ଙ୍କ ମୁଁହ ଖୁସି ଆଣିବାକୁ ଚେଷ୍ଟା କରିଛନ୍ତି | ପରିଷଦ ର ଏଭଳି ନିସ୍ଵାର୍ଥପର ସେବାକୁ ସ୍ଥାନୀୟ ଗ୍ରାମବାସୀ ଖୁବ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି |

Leave A Reply

Your email address will not be published.