ବରଗଡ :- ସଠିକ ଭାବରେ ବିଦ୍ୟୁତ ସେବା ପାଇବା ଦ୍ୱାରା ଲୋକଙ୍କ ଅନେକ ପ୍ରକାର ସମସ୍ୟା ର ସମାଧାନ ହୋଇ ପାରିବ ଏଥିରେ ସନ୍ଦେହ ନାହିଁ । ଗତ 2009 ମସିହାରେ ପ୍ରଥମ ଥର ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଙ୍କୁ ଭଟଲି ବିଧାନସଭା ଆସନ ରୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ଭାବରେ ଭଟଲି ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହୋଇଥିବା , ଜଣେ ସାଧାରଣ ପରିବାର ର ପୁଅ ଶ୍ରୀ ସୁଶାନ୍ତ ସିଂହ ଙ୍କର ପ୍ରଥମ ଲକ୍ଷ୍ୟ ଥିଲା ଭଟଲି ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗ୍ରାମ ଓ ପ୍ରତେକ ଘର ସହିତ କୃଷକ ଭାଇ ମାନଙ୍କ କ୍ଷେତ କୁ ବିଦ୍ୟୁତ ସଂଯୋଗ । ସେ ସମୟରେ ଭଟଲି ଅଂଚଳରେ ବିଦ୍ୟୁତ କ୍ଷେତରେ ଭିତ୍ତିଭୂମି ର ଯଥେଷ୍ଟ ଅଭାବ ରହିଥିଲା । ବାରମ୍ବାର ସ୍ଥାନୀୟ ଲୋକଙ୍କ ସହିତ ଓ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା , ଭିତ୍ତିଭୂମି ତଥା ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ , ଅନେକ ସ୍ଥାନରେ ଗ୍ରୀଡ଼ ର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ବର୍ତ୍ତମାନ ଭଟଲି ନିର୍ବାଚନ ମଣ୍ଡଳୀ ରେ ପ୍ରାୟ ପ୍ରାୟ ସିଂହଭାଗ ଗ୍ରାମରେ ଓ ଲୋକଙ୍କ ଘରେ ବିଜୁଳି ପହଞ୍ଚି ସରିଛି । ଆଉ କିଛି ଗ୍ରୀଡ଼ ର କାମ ଚାଲୁଛି ଓ 2 ଗୋଟି ଗ୍ରୀଡ଼ ର ନିର୍ମାଣ ପାଇଁ ଟେଣ୍ଡର ହୋଇ ସାରିଛି । ଏହି ସବୁ କାମ ସରିବା ପରେ ସମଗ୍ର ଭଟଲି ନିର୍ବାଚନ ମଣ୍ଡଳୀର କ୍ରମାଗତ ଭାବରେ ଉଚ୍ଚ ମାନର ବିଜୁଳି ପାଇ ପାରିବେ ।
ବିଗତ ଦିନରେ ମାନ୍ୟବର ବିଧାୟକ ଶ୍ରୀ ସିଂହ ଙ୍କର ପ୍ରୟାସ ରେ ସୋହେଲା ବ୍ଲକ ର ଘେଁସ ଠାରେ 45 କୋଟି ଟଙ୍କା ବ୍ୟୟ ବରାଦ ରେ ଏକ ଉଚ୍ଚ ଶକ୍ତି ସମ୍ପନ୍ନ 132/33 ଗ୍ରୀଡ଼ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଲୋକଙ୍କୁ ସେବା ଯୋଗାଇ ଦେଉଥିବା ବେଳେ ,ସେହି 45 କୋଟି ଟଙ୍କା ବ୍ୟୟ ବରାଦ ରେ ଭଟଲି ବ୍ଲକ ଗ୍ରୀଣ୍ଡୋଲା ଠାରେ ଏକ 132/33ର ଗ୍ରୀଡ଼ ସ୍ଥାପନ ହୋଇ ସାରିଛି । ସେହିଭଳି ଘେଁସ ରେ 10 କୋଟି ଟଙ୍କା ବ୍ୟୟ ବରାଦ ରେ 33/11, 10 କୋଟି ଟଙ୍କା ବ୍ୟୟ ବରାଦ ରେ 10ମାଇଲ ରେ 33/11, 10 କୋଟି ଟଙ୍କା ବ୍ୟୟ ବରାଦ ରେ ଉଦେପାଳି ଠାରେ 33/11 , ରାଇଶୋଭା ଠାରେ 10 କୋଟି ବ୍ୟୟ ରେ 33/11 , କମଗାଁ ଠାରେ 10 କୋଟି ଟଙ୍କା ବ୍ୟୟ ବରାଦ ରେ 33/11 ର ଗ୍ରୀଡ, 10 କୋଟି ଟଙ୍କା ରେ କଣ୍ଡପଳା ଠାରେ 33/11 ର ଗୋଟିଏ ଗ୍ରୀଡ଼ , ଅମ୍ବାଭୋନା ଠାରେ 10କୋଟି ଟଙ୍କାରେ ଏକ ଗ୍ରୀଡ଼ ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି , ଏହି ଗ୍ରୀଡ଼ ଗୁଡିକରୁ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆ ଯାଉଥିବା ବଳେ ହୀରାପାଲି ଗ୍ରୀଡ଼ ର କାର୍ଯ୍ୟ କ୍ଷିପ୍ର ଗତିରେ ଚାଲୁ ରହିଛି । ସେହିଭଳି , ସୁଲସୁଲିଆ ଓ ଉତ୍ତମ ଏହି ଦୁଇ ଗ୍ରାମରେ ସ୍ଥାପନ ହେବାକୁ ଥିବା ଗ୍ରୀଡ଼ ପାଇଁ ଟେଣ୍ଡର ପ୍ରକ୍ରିୟା ସରି ଯାଇଥିବା ବେଳେ ଖୁବଶୀଘ୍ର ଏହି ଦୁଇ ଗ୍ରୀଡ଼ ର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯିବ ।
ପ୍ରତେକ ଗ୍ରାମକୁ ବିଦ୍ୟୁତ ସେବା ଠିକ ଭାବରେ ପହଁଚିବା ଦ୍ୱାରା ଭଟଲି ନିର୍ବାଚନ ମଣ୍ଡଳୀ ର ଲୋକଙ୍କୁ ଲୋ – ଭୋଲ୍ଟେଜ ଭଳି ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁନାହିଁ ଏହା ସହିତ କୃଷକ ବନ୍ଧୁ ମାନେ ମଧ୍ୟ ଠିକ ସମୟରେ ବିଜୁଳି ବ୍ୟବହାର କରି ନିଜର ଚାଷ କରି ପାରୁଛନ୍ତି । ଲୋକଙ୍କ ସମସ୍ୟା କୁ ନିଜର ସମସ୍ୟା କୁ ନିଜର ସମସ୍ୟା ଭାବି ସର୍ବଦା ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଆଜି ନିଜର ସେବା କାର୍ଯ୍ୟ ପାଇଁ ଲୋକଙ୍କ ପ୍ରିୟ ଏଥିରେ ସନ୍ଦେହ ନାହିଁ ।।