ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା୧୧/୧୧/୨୩: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ଠାରେ ଯୁବ ରେଡ କ୍ରସ ତରଫରୁ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଙ୍କ ଅଧ୍ୟକ୍ଷତାରେ ନୂତନ ସ୍ବେଛାସେବୀ ମାନଙ୍କ ସ୍ୱାଗତ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ଆବାହକ ତଥା ନବରଙ୍ଗପୁର ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ରେଡ଼ କ୍ରସ ସଂଯୋଜକ ତଥା ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅଖିଳ କୁମାର ଭଟ୍ଟ, ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ କ୍ରସ ଅଧିକାରୀ ଶିବ ପ୍ରସାଦ ସାହୁ, ଅଧ୍ୟାପିକା ଉର୍ମିଳା ବ୍ରହ୍ମା ଓ ପୁଷ୍ପାଞ୍ଜଳି ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଅଧ୍ୟାପିକା ତଥା ଯୁବ ରେଡ କ୍ରସ ସଂଯୋଜିକା ମନୀଷା ସରକାର ମଞ୍ଚ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ରେ ପ୍ରଥମେ ମୌଲାନା ଆବୁଲ କଲମ ଙ୍କ ଜନ୍ମଦିନ ଅବସରରେ ଜାତୀୟ ଶିକ୍ଷା ଦିବସର ମହାନୀୟତା ସମ୍ପର୍କରେ ଆଲୋଚନା ସହ ରେଡ଼କ୍ରସ ର , ଇତିହାସ, ଉତ୍ପତି,ଆଭିମୁଖ୍ୟ, ଓ ବିଭିନ୍ନ ଜନହିତକର ସେବା ଯଥା ରକ୍ତ ଦାନ, ବୃକ୍ଷ ରୋପଣ, ସଡକ ସୁରକ୍ଷା, ସାଇବର ସୁରକ୍ଷା, ମତଦାନ ସମ୍ବନ୍ଧରେ ଉପସ୍ଥିତ ଅତିଥି ମାନେ ମତ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ମୁଖ୍ୟ ଅତିଥି ସମସ୍ତ ନିମନ୍ତ୍ରିତ ଅତିଥି ,ଅଧ୍ୟାପକ, ଛାତ୍ର ଛାତ୍ରୀ ତଥା ସ୍ବେଛାସେବୀ ମାନଙ୍କୁ ରେଡ଼କ୍ରସ ର ଶପଥପାଠ କରାଇଥିଲେ l ଅଧକ୍ଷ ଗନ୍ତାୟତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଚଳିତ ବର୍ଷର ଜିଲ୍ଲାସ୍ତରୀୟ ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଆୟୋଜନ ରେ ମହାବିଦ୍ୟାଳୟ ର ଅନୁଷ୍ଠିତ ହେବାକୁ ଥିବାରୁ ଏଥିରେ ଯୁକ୍ତଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟ ର ପ୍ରାୟ ୧୨୦ ଛାତ୍ରଛାତ୍ରୀ ସହ ସହଯୋଗୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାରୁ ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ କାର୍ଯ୍ୟକ୍ରମ ସଫଳତା ପୂର୍ବକ ସମ୍ପାଦନା ଓ ସହଯୋଗ କରିବାକୁ ଅନୁରୋଧ କରିଥିଲେ lଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ , କର୍ମଚାରୀ , ଛାତ୍ର ଛାତ୍ରୀ ଓ ସ୍ବେଛାସେବୀ ଯୋଗ ଦେଇ ଥିଲେ
Sign in
Sign in
Recover your password.
A password will be e-mailed to you.
Next Post