ବନ ବିଭାଗ ଦ୍ଵାରା ଜିଲ୍ଲା ସ୍ତରୀୟ ବନାଗ୍ନି ନିର୍ବାପନ କର୍ମଶାଳା ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ବନାଗ୍ନି ନିର୍ବାପନ କର୍ମଶାଳା (District level fire action plan) ୨୦୨୪ ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମଶାଳାରେ ମୋହନା ବିଧାୟକ ଦାଶରଥି ଗମଙ୍ଗ , ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ୍ କୁମାର , ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି, ସମସ୍ତ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର , ଜିଲ୍ଲା ଅଗ୍ନିଶମ ଅଧିକାରୀ , ପାରଳାଖେମୁଣ୍ଡି ବନଖଣ୍ଡର ସମସ୍ତ ବନାଞ୍ଚଳ ଅଧିକାରୀ ଉପସ୍ଥିତ ରହି ଜିଲ୍ଲାରେ କିପରି ବନାଗ୍ନି ର ନିରାକରଣ କରାଯିବ ତାହା ବିଷୟରେ ବିସ୍ତୃତ ଆଲୋଚନା କରା ଯାଇଥିଲା। ଚଳିତ ବର୍ଷ ବିଭିନ୍ନ ପଥପ୍ରାନ୍ତ ନାଟକ ଏବଂ ଜନସଚେତନତା କରି ଲୋକ ମାନଙ୍କ ମଧ୍ୟରେ କିପରି ସଚେତନତା ସୃଷ୍ଟି ହେବ ଏବଂ ଜଙ୍ଗଲ ନିଆଁ କୁ କିପରି ନିୟନ୍ତ୍ରଣ କରି ଆୟତ୍ତ କରାଯାଇପାରିବ ତାହା ନେଇ ଆଲୋକପାତ କରଯାଇଥିଲା। ଏହି ବୈଠକରେ ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍ ଆନନ୍ଦ ବିଭିନ୍ନ ଦିଗରେ ପର୍ଯାଲୋଚନା କରି ଚଳିତ ବର୍ଷ ବିଗତ ବର୍ଷ ଅପେକ୍ଷା କିପରି ଜଙ୍ଗଲ ନିଆଁ କୁ ଆୟତ୍ତ କରି ନିୟନ୍ତ୍ରଣ କରିହେବ ଏବଂ ସମସ୍ତ ବିଭାଗୀୟ ଅଧିକାରୀ କିପରି ଏହି ଦିଗରେ ସାହାଯ୍ୟ କରିବେ ତାହା ନେଇ ଅନୁରୋଧ କରିଥିଲେ।
ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ବୈଠକ ଗୃହରେ ପି ପି ଟି ମାଧ୍ୟମରେ ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦ ପ୍ରଶିକ୍ଷଣ ଦେଇ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ I ଏତଦ୍ ସହ ଏକ “ଜିଲ୍ଲା ସ୍ତରୀୟ ଅଗ୍ନି କାର୍ଯ୍ୟ ଯୋଜନା” ୨୦୨୪ ଜିଲ୍ଲାପାଳ ଗଜପତି ଙ୍କ ମଞ୍ଜୁର ନିମନ୍ତେ ଜିଲ୍ଲାପାଳଙ୍କୁ ପ୍ରଦାନ କରା ଯାଇଥିଲା। ଏହି ସଭାକୁ ପାରଳାଖେମୁଣ୍ଡି ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ଏବଂ ଶ୍ରୀ ଅରୁଣ କୁମାର ସାହୁ ପରିଚାଳନା କରିଥିଲେ। ସଭା ଶେଷରେ ଧନ୍ୟବାଦ ଅର୍ପଣ ସହ ସଭା କାର୍ଯ୍ୟ ସାଙ୍ଗ କରାଯାଇଥିଲା। ଏହିପରି ଏକ ବିଶେଷ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବନଖଣ୍ଡ ଦ୍ଵାରା ଆୟୋଜିତ ହୋଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସା ର ସୁଅ ଛୁଟୁଛି।

Leave A Reply

Your email address will not be published.