ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଇଁପୁର ଗ୍ରାମ ବିକାଶ ଅଧିନସ୍ଥ ମହେନ୍ଦ୍ରତନୟା ଆଶ୍ରମ ସ୍କୁଲର ସମ୍ମିଳନୀ କକ୍ଷ ଠାରେ ବନ ବିଭାଗ ଦ୍ୱାରା ଜୈବ ବିବିଧତା ସମିତିର ଏକ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ଓଡିଶା ଜୈବ ବିବିଧତା ବୋର୍ଡ଼ ଦ୍ୱାରା ଆୟୋଜିତ ହୋଇଥିଲା। ଏଥିରେ ମହେନ୍ଦ୍ରଗିରି ଜୈବ ବିବିଧତା ସମିତିର ୧୫ ଗୋଟି ଗ୍ରାମର କମିଟି ସଦସ୍ୟ ତଥା ସ୍ଥାନୀୟ ସରପଞ୍ଚ , ୱାର୍ଡ ମେମ୍ବର , ଓଡିଶା ଜୈବ ବିବିଧତା ବୋର୍ଡ଼ର ବୈଜ୍ଞାନିକ ଗଣ , ସ୍ଥାନୀୟ ଶିକ୍ଷକ ଉପସ୍ଥିତ ଥିଲେ । ମହେନ୍ଦ୍ରଗିରି ଜୈବ ବିବିଧତାର ପରିଚାଳନା ନିମନ୍ତେ କମିଟିର ମୁଖ୍ୟ ଭୂମିକା ,ଦାୟିତ୍ୱ , କର୍ତ୍ତବ୍ୟ ଏବଂ କ୍ଷମତା କଣ , ଏହା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟେଶ।
ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବନଖଣ୍ଡ ର ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦ ଯୋଗ ଦେଇ ମହେନ୍ଦ୍ରଗିରି ଜୈବ ବିବିଧତା କୁ କିପରି ସୁରକ୍ଷା ଓ ସଂରକ୍ଷଣ ଏବଂ ସୁପରିଚାଳନା କରିହେବ ବୁଝାଇଥିଲେ। ମହେନ୍ଦ୍ରଗିରିରେ ଥିବା ମୂଲ୍ୟବାନ ଔଷଧୀୟ ବୃକ୍ଷକୁ ରକ୍ଷଣାବେକ୍ଷଣ କରି ବୃକ୍ଷ ଗୁଡିକୁ ଚିହ୍ନଟ କରି ଏହାର ଏକ ତାଲିକା ପ୍ରସ୍ତୁତ କରିବା ପାଇଁ କହିଥିଲେ ଏବଂ ଏହାର ଔଷଧୀୟ ଗୁଣବତ୍ତା କୁ ଆଧାର କରି ବିଭିନ୍ନ କମ୍ପାନୀ ସହ ଯୋଗାଯୋଗ କରି ଏହାକୁ ବିକ୍ରୟ କରି କିପରି ଆର୍ଥିକ ସ୍ଥିତି ଲାଭବାନ ହେବେ ତାହା ବୁଝାଇଥିଲେ। ମହେନ୍ଦ୍ରଗିରି ଜୈବ ବିବିଧତା ଏକ ଐତିହ ସ୍ଥଳ , ଏହାର ରକ୍ଷଣାବେକ୍ଷଣ ଦିଗରେ କିପରି ଅଧିକ କ୍ରିୟାଶୀଳ ହୋଇପାରିବେ ଏହା ବୁଝାଇଥିଲେ।
ଏହି ବୈଠକରେ ବୈଜ୍ଞାନିକ ଶ୍ରୀ ପ୍ରସାଦ କୁମାର ଦାଶ ମହେନ୍ଦ୍ରଗିରି ଜୈବ ବିବିଧତାର ରକ୍ଷଣାବେକ୍ଷଣ ନିମନ୍ତେ ଉପସ୍ଥିତ କମିଟିର ସଦସ୍ୟ ମାନଙ୍କୁ ଏହାର ମୁଖ୍ୟ ଭୂମିକା ,ଦାୟିତ୍ୱ , କର୍ତ୍ତବ୍ୟ ଏବଂ କ୍ଷମତା ସହ ଆର୍ଥିକ ସ୍ଥିତି କିପରି ଉନ୍ନତି ହୋଇପାରିବ ସେହି ବିଷୟରେ ବୁଝାଇଥିଲେ। ସଭା ଶେଷରେ ବନଖଣ୍ଡ ଅଧିକାରୀ ଶ୍ରୀ ଏସ. ଆନନ୍ଦ ଆୟୋଜିତ ବିଦ୍ୟାଳୟ ପରିଦର୍ଶନ କରି ନବମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ କିପରି ଏକ ଭଲ ମଣିଷ ହୋଇ ପାରିବେ ବୁଝାଇଥିଲେ। ଭଲ ପାଠ ପଢି ଦିନେ ଭବିଷ୍ୟତରେ ଓଏସ୍ , ଆଇଏସ୍ , ଆଇ ଏଫ ଏସ୍ , ଆଇ ପି ଏସ୍ କିମ୍ବା ଭଲ ବ୍ୟବସାୟୀ ହୋଇ ପାରିବେ ସେ ଦିଗରେ ମାର୍ଗ ଦର୍ଶନ ଦେଇଥିଲେ। ସେହି ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବାସୁଦେବ ଗମାଙ୍ଗ ନିଜ ହାତରେ ଅଙ୍କିତ ଚିତ୍ର ଗୁଡିକୁ ଦେଖାଇଥିଲେ। ବାସୁଦେବ ଗମାଙ୍ଗ ତାଙ୍କ ହାତ ନିର୍ମିତ ଏକ ଫୋଟୋ ଚିତ୍ର କୁ ଉପହାର ସ୍ୱରୂପ ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍ ଆନନ୍ଦଙ୍କୁ ପ୍ରଦାନ କରିଥିଲେ।
ଏହି ଆୟୋଜିତ କାର୍ଯ୍ୟକ୍ରମରେ ରାମଗିରି ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଶ୍ରୀ ପିୟୁଷ ପ୍ରତୀକ ପଟ୍ଟନାୟକଙ୍କ ସହ ରାମଗିରି ବନାଞ୍ଚଳର ସମସ୍ତ ସଭ୍ୟ ସମ୍ପାଦକ ଏବଂ ବନ ଅଧିକାରୀ ଯୋଗ ଦେଇଥିଲେ। ସଭା ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.