ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶମୂଳକ କାର୍ଯ୍ୟକ୍ରମ କୁ ଘରେ ଘରେ ପହଞ୍ଚାଇ ଆଗାମୀ ନିର୍ବାଚନ ରେ ରେକର୍ଡ ସଂଖ୍ୟକ ଭୋଟରେ ବିଜେଡିକୁ ବିଜୟ ପାଇଁ ଆହ୍ୱାନ

0

ଦୃଢ ସଂଗଠକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ଦ୍ୱିତୀୟ ଦିନରେ ବିଶାଳ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l

(ମାହାଙ୍ଗା-ଶାସକ ପ୍ରଶାସକ):ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଘରେ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ବାର୍ତ୍ତା ପହଞ୍ଚାଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେଡି କୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ କରାଇବା ପାଇଁ ଆରମ୍ଭ ହୋଇଯାଇଛି ରଣ କୌଶଳ l ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ଦ୍ୱିତୀୟ ଦିନରେ ଏକ ବିଶାଳ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଆଗାମୀ ମିଶନ ୨୦୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତ ବିଜୁ ଜନତା ଦଳ କର୍ମୀ ବଜ୍ର ଶପଥ ଗ୍ରହଣ କରିଥିଲେ l ଅପରପକ୍ଷରେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଯେପରି ଅଧିକରୁ ଅଧିକ ସଂଖ୍ୟକ ଭୋଟରେ ବିଜୁ ଜନତା ଦଳ ବିଜୟ ଲାଭ କରିବ ସେଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରତାପ ଜେନା ସମସ୍ତ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିବା ବେଳେ ବିଧାୟକ ଶ୍ରୀ ଜେନାଙ୍କ ଦୃଢ ସଂଗଠନ ଫଳରେ ଆସନ୍ତା ନିର୍ବାଚନରେ ପୁଣି ଥରେ ବିଜୁ ଜନତା ଦଳର ବିକାଶମୂଳକ କାର୍ଯ୍ୟ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ମାହାଙ୍ଗା ଜଳେଶ୍ୱରପୁର ବଣୁଆ କଲେଜ ପଡିଆ ପରିସରରେ ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଏକ ବିଶାଳ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଦ୍ୱିତୀୟ ଦିନରେ ଏହି କାର୍ଯ୍ୟକ୍ରମରେ ୪୦ ଏବଂ ୪୨ନଂ ଜିଲ୍ଲାପରିଷଦ ଜୋନର ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳ କର୍ମୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିବା ବେଳେ ବିଜୁ ଜନତା ଦଳର ବିକାଶମୂଳକ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବେ ବୋଲି ଶପଥ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ମୁଖ ପାତ୍ର ତୁମ୍ବନାଥ ପଣ୍ଡା, ରାଜ୍ୟ ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଧାୟକଙ୍କ ପ୍ରତିନିଧି ଉମାଶଙ୍କର ବିଶ୍ୱାଳ, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସେକ ରିୟାଜୁଲ ହୋଦା , ଜଗବନ୍ଧୁ ସେଠୀ, ପୂର୍ବତନ ଜିଲ୍ଲାପରିଷଦ ହୃଷିକେଶ ସ୍ୱାଇଁ, ଯୁବନେତା ଅମୀୟ ନାୟକ, ପ୍ରଦୀପ୍ତ ବିଶ୍ୱାଳ, କଟକ ଜିଲ୍ଲା ବିଜୁ ମହିଳା ସମ୍ପାଦିକା ମନ୍ଦାକିନୀ ରାଉତ, କଇଥା ସମିତିସଭ୍ୟା ବନଲତା ଦଳେଇ, ଯୁବନେତା ଭବାନୀଶଙ୍କର ସାମଲ,ପ୍ରଶାନ୍ତ କର,ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, କମଳାକାନ୍ତ ଦାସ ଙ୍କ ସମେତ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ, ସମିତିସଭ୍ୟ, ବିଜୁ ଜନତା ଦଳ ନେତୃବୃନ୍ଦ ଏବଂ ସମସ୍ତ ବିଜୁ ଜନତା ଦଳ କର୍ମୀ ମାନେ ଯୋଗଦାନ କରି ବିଧାୟକ ପ୍ରତାପ ଜେନାଙ୍କ ଦୃଢ଼ ସଂଗଠନ ଫଳରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପୁର୍ନବାର ବିଜୁ ଜନତା ଦଳ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବ ବୋଲି ମତପ୍ରକାଶ କରିଥିଲେ l

Leave A Reply

Your email address will not be published.