ବାଣପୁର:-(ସେକ୍ କୌସର ):ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଗୁରୁବାର ଦିନ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ୱାଡ ଓ ବାଣପୁର ବ୍ଲକ ର ୧୩ ନମ୍ବର ଜୋନ ଦାମିଆ ବରବରା, ନୀଳାଦ୍ରି ପ୍ରସାଦ, ଭବାନୀ ପୁର, ତୁମୁରା ପୁଟ ଓ ଭେଟଶ୍ୱର ପଞ୍ଚାୟତର କର୍ମକର୍ତ୍ତା ଓ କର୍ମୀ ଙ୍କୁ ନେଇ ଏକ ପଶିକ୍ଷଣ ଶିବିର ବାଣପୁର ପଲଟଣ ପଡିଆ ସ୍ଥିତ ସହିଦ କୃତିବାସ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ପଶିକ୍ଷଣ ଶିବିର କୁ ବିଜେଡି ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରାଜା ଚକ୍ର ପରିଚାଳନା କରିଥିବା ବେଳେ ଦୃଢ଼ ମୂଳ ସ୍ତରରେ ଦଳକୁ ଆଗତ ଦିନରେ ମଜବୁତ୍ କରିବା ଏକ ପ୍ରଶିକ୍ଷକ ଭାବେ ଭୁବନେଶ୍ଵର ଶଙ୍କ ଭବନ ରୁ ଆସିଥିବା ଦୁଇ ବିଜେଡି ମୁଖ ପାତ୍ର ସୋଫିଆ ଆଲମ, ଲୋରା ମହାପାତ୍ର ଯୋଗଦେଇ ଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ପୁରୀ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଦାନ, ଚିଲିକା ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ ଙ୍କ ସମେତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ବିଜେଡି କାଉନସିଲ ର ଓ ବିଭିନ୍ନ ପଞ୍ଚାୟତ ର ବିଜେଡି ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ୪୦୦ ରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ଅଧିକା ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବାର୍ତା ଓ ଜନହିତକର ଯୋଜନା ଲୋକଙ୍କ ନିକଟ ତର ହେବ ଓ ତାର ପ୍ରଚାର ପ୍ରସାର ହେବ ସେଥି ପାଇଁ ଏହି ପ୍ରଶିକ୍ଷଣ ଶିବିର ବାଣପୁର ରେ ଦୁଇଦିନ ଧରି ଆୟୋଜିତ ହୋଇଯାଇ ଥିଲା।
Sign in
Sign in
Recover your password.
A password will be e-mailed to you.
Prev Post