ଆଉ ତିନିଦିନ ବରଷିବ, ଶୀତ ବଢିବ 

0

 

ଭୁବନେଶ୍ୱର – ବଙ୍ଗୋପସାଗରରେ ଗୋପାଳପୁର ଠାରୁ ୫୬୫ କିଲୋମିଟର ଦୂରରେ  ଘନୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ  ମଙ୍ଗଳବାର ଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଥିବା ବେଳେ  ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।  ଅଶାନ୍ତ   ସମୁଦ୍ର  ଭିତରକୁ ମତ୍ସଜୀବୀ ମାନେ ନଯିବା ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।  

 ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଆଖପାଖ ପୂର୍ବ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ରହିଛି ଓ ତାହା  ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ଜଣାପଡ଼ିଛି ବୋଲି କହିଛନ୍ତି  ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ`।  ବୁଧବାର ରାତି କିମ୍ବା ନଭେମ୍ବର ୧୬ରେ ଏହା ଗଞ୍ଜାମରେ ପ୍ରବେଶ କରିବାର ସମ୍ଭାବନା ଥିବାବେଳେ ୧୮ ତାରିଖ ବେଳକୁ ବର୍ଷାର ପରିମାଣ କମିଯିବ । ନଭେମ୍ବର ୨୦ରୁ ପୁଣି ଥଣ୍ଡା ବଢ଼ିବା ଆଶଙ୍କା ରହିଛି । 

Leave A Reply

Your email address will not be published.