ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ କରିବେ ଜିଲ୍ଲା ଗସ୍ତ On Nov 15, 2017 20 Share ସ୍ୱାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁୁବନେଶ୍ୱର : ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଷ୍ପତି ନେଇଛି ଯେ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ଜିଲ୍ଲାଗସ୍ତ ଯିବେ ଓ ଏହାକୁ କଡାକଡି ଭାବେ ଲାଗୁ କରାଯିବ । ଜ଼ିଲ୍ଲା ଗସ୍ତ କାଳରେ ସଂପୃକ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ସୁବିଧା ଅସୁବିଧା ସଂପର୍କରେ ଅନୁଧ୍ୟାନ କରି ଜିଲ୍ଲା ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ନେବା ଏବଂ ତଥା ସରକାରଙ୍କ ଦୃଷ୍ଟିକୁ ବିଭିନ୍ନ ସମସ୍ୟା ଆଣିବା ପାଇଁ ପଦକ୍ଷେପ ନେବେ ବରିଷ୍ଠ ଅଧିକାରୀ ମାନେ ! ଏ ବିଷୟ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ ,ଅତିରିକ୍ତ ନିର୍ଦ୍ଦେଶକମାନେ ନିୟମିତ ଭାବେ ଜିଲ୍ଲା ଗସ୍ତ କରି ଜିଲ୍ଲାମାନଙ୍କରେ ନିରାମୟ ଯୋଜନାର କାର୍ଯ୍ୟକାରିତା , ମାଗଣାରେ ଔଷଧ ମିଳିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ତେବେ ନିରାମୟ ଯୋଜନାର କାର୍ଯ୍ୟକାରିତା ନେଇ ବିଭିନ୍ନ ସ୍ତରରୁ ଆସୁଥିବା ଅଭିଯୋଗ ଆଦି ସଂପର୍କରେ ଆଲୋଚନା କରାଯାଇ ଥିଲା । ଏ ନେଇ ସଂପୃକ୍ତ ଅଧିକାରୀମାନଙ୍କୁ ଉତରଦାୟୀ କରାଯିବ । ଆସନ୍ତା ଦୁଇ ମାସ ମଧ୍ୟରେ ନିରାମୟ ଯୋଜନାକୁ ସୁପ୍ରବାହୀ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ମନ୍ତ୍ରୀ ଶ୍ରୀ ଜେନା ଭୁବନେଶ୍ୱରରେ ଥିବା ସରକାରୀ ଆୟୁର୍ବେଦିକ ଡାକ୍ତଖାନାକୁ ଅଚାନକ ଗସ୍ତକରିଥିଲେ । ତାଙ୍କ ଗସ୍ତ ସମୟରେ ପରିଲକ୍ଷିତ ତୃଟିବିଚ୍ୟୁତି , ଅଭାବ ଅସୁବିଧା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ଏହି ଡାକ୍ତରଖାନାର ବିକାଶ ପାଇଁ ଯାହା କରାଯିବା ଆବଶ୍ୟକ , ରୋଗୀମାନଙ୍କୁ ଅଧିକ ଚିକିତ୍ସା ସୁବିଧା , ମାଗଣାରେ ଆବଶ୍ୟକୀୟ ଔଷଧ ପ୍ରଦାନ କରିବାକୁ ନିଷ୍ପତି ହୋଇଛି । ଏ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ସ୍ୱତନ୍ତ୍ର ସଚିବ ଡାଃ କୈଳାଶ ଚନ୍ଦ୍ର ଦାଶ , ଅତିରିକ୍ତ ସଚିବ ସୁରଜିତ ଦାଶ , ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶକ ଆର୍.ପି.ସିଂହ ଏବଂ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ବ୍ରଜ କିଶୋର ବ୍ରହ୍ମାଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । 20 Share FacebookTwitterGoogle+ReddItWhatsAppPinterestEmail