କେନ୍ଦ୍ରାପଡା/papu malla : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଂଚାୟତସ୍ଥିତ ଜୟନଗର ପଂଞ୍ଚୟତ ହାଇସ୍କୁଲରେ ସ୍ୱତନ୍ତ୍ର ଶିଶୁ ଦିବସ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫ଟି ସ୍କୁଲର ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସ୍ଥାନୀୟ ସରପଞ୍ଚ ନିହାରିକା ସାମଲ,ସମିତି ସଭ୍ୟ ରାଧାଶ୍ୟାମ ରାଉତ , ସବୁ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୃତ୍ୟୁଞ୍ଜୟ ଦାସ ଓ ଜିଆରଏସ ଶ୍ରିନାଥ ମଲିକ ପ୍ରମୁଖ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାଁତ୍ରଛାତ୍ରୀଂକୁ ଉତ୍ସାହିତ କରିଥିଲେ ।