ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ଓଡ଼ଗାଁ ପଟୁ ଆସୁଥିବା ଏକ ବୋଲେରୋ ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରୋଡ଼୍ ତହସିଲ୍ ଛକ ନିକଟରେ ଏକ ବଜାଜ୍ ଡ଼ିସକଭରୀ ମୋଟରସାଇକେଲ୍ କୁ ଧକ୍କା ଦେଇଥିଲା I ଫଳରେ ମୋଟରସାଇକେଲ୍ ରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିଲେ I ଉଭୟଙ୍କୁ ସଙ୍ଗେ ସଙ୍ଗେ ଭଞ୍ଜନଗର ମେଡ଼ିକାଲ୍ ଏବଂ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କୁ ପଠାଇ ଦିଆଯାଇଥିଲା I ଖବରରୁ ଜଣା ପଡ଼ିଛି ଯେ ଓଡ଼ଗାଁ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ OD02BR6138 ନମ୍ବର୍ ବିଶିଷ୍ଟ ବୋଲେରୋ କୌଣସି କାମରେ ବେଲଗୁଣ୍ଠା ଆସିଥିଲେ I ଅପରାହ୍ଣ ପ୍ରାୟ ତିନି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ରାଜନପଲ୍ଲୀ ଗ୍ରାମର ଗୋବିନ୍ଦ ଡାକୁଆ (60) ଏବଂ ମୁନା ପ୍ରଧାନ (35) ବେଲଗୁଣ୍ଠାରୁ କାମ ସାରି OD07D0856 ନମ୍ବର୍ ବିଶିଷ୍ଟ ବଜାଜ୍ ଡ଼ିସକଭରୀ ମୋଟରସାଇକେଲ୍ ରେ ନିଜ ଗାଆଁକୁ ଫେରୁଥିବା ବେଳେ ବେଲଗୁଣ୍ଠା ତହସିଲ୍ ଛକ ନିକଟରେ ଓଡଗାଁ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ବୋଲେରୋ ସହ ଧକ୍କା ହୋଇଥିଲେ I ଫଳରେ ଉଭୟ ଗୋବିନ୍ଦ ଏବଂ ମୁନା ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ I ଉଭୟ ଗୋବିନ୍ଦ ଏବଂ ମୁନାର ମୁଣ୍ଡ,ଗୋଡ଼ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା I ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ବେଳେ ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଛି I ଖବର ପାଇ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁ୍ଥିବା ବେଳେ ଏନେଇ ଥାନାରେ କୌଣସି ଏତାଲା ଦାୟର ହୋଇନଥିବା ବେଲଗୁଣ୍ଠା ପୋଲିସ୍ ସୂତ୍ରରୁ ପ୍ରକାଶ I
Sign in
Sign in
Recover your password.
A password will be e-mailed to you.
Prev Post
ପୁନର୍ବାର ବିଧାୟକ ପ୍ରତାପ ଜେନା ଙ୍କ ଦୃଢ ସଂଗଠନ ରେ ବିଜୁ ଜନତା ଦଳ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ଲାଭ କରିବ l
Next Post