ବିଜେଡିର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଘରେ ଘରେ ପହଞ୍ଚାଇବା ପାଇଁ ବିଶାଳ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ଘରେ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ବହୁ ବିକାଶମୂଳକ ଯୋଜନା ର ବାର୍ତ୍ତା କୁ ପହଞ୍ଚେଇବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ଏକ ବିଶାଳ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଗାମୀ ମିଶନ 2024 ନିର୍ବାଚନ ରେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ଯେପରି ଅଧିକରୁ ଅଧିକ ସଂଖ୍ୟକ ଭୋଟରେ ବିଜୁ ଜନତା ଦଳ ବିଜୟ ଲାଭ କରିବ ସେଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରତାପ ଜେନା ସମସ୍ତ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲା ବେଳେ ବିଧାୟକ ଶ୍ରୀ ଜେନା ଙ୍କ ଦୃଢ ସଂଗଠନ ଫଳରେ ଆସନ୍ତା ନିର୍ବାଚନ ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ବିଜୁ ଜନତା ଦଳର ବିକାଶମୂଳକ କାର୍ଯ୍ୟ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି l ଏହି ଅବସରରେ ମାହାଙ୍ଗା ବ୍ଲକ ଜଳେଶ୍ୱରପୁର ବଣୁଆ କଲେଜ ପଡିଆ ପରିସରରେ ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ଏକ ବିଶାଳ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମ ରେ 39 ଏବଂ 41ନଂ ଜିଲ୍ଲାପରିଷଦ ଜୋନର ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳ କର୍ମୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିବା ବେଳେ ବିଜୁ ଜନତା ଦଳର ବିକାଶମୂଳକ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବେ ବୋଲି ଶପଥ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ମୁଖପାତ୍ର ତୁମ୍ବନାଥ ପଣ୍ଡା, କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ସାହୁ, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଧାୟକ ଙ୍କ ପ୍ରତିନିଧି ଉମାଶଙ୍କର ବିଶ୍ୱାଳ, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, ଜିଲ୍ଲାପରିଷଦ ସଭ୍ୟ ସେକ ରିୟାଜୁଲ ହୋଦା , ଜଗବନ୍ଧୁ ସେଠୀ, ପୂର୍ବତନ ଜିଲ୍ଲାପରିଷଦ ହୃଷିକେଶ ସ୍ୱାଇଁ, ଯୁବନେତା ଅମୀୟ ନାୟକ, ପ୍ରଦୀପ୍ତ ବିଶ୍ୱାଳ, କଟକ ଜିଲ୍ଲା ବିଜୁ ମହିଳା ସମ୍ପାଦିକା ମନ୍ଦାକିନୀ ରାଉତ, କଇଥା ସମିତିସଭ୍ୟା ବନଲତା ଦଳେଇ, ଭବାନୀଶଙ୍କର ସାମଲ,ପ୍ରଶାନ୍ତ କର,ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ ଙ୍କ ସମେତ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ, ସମିତିସଭ୍ୟ, ବିଜୁ ଜନତା ଦଳ ନେତୃବୃନ୍ଦ ଏବଂ ସମସ୍ତ ବିଜୁ ଜନତା ଦଳ କର୍ମୀ ମାନେ ଯୋଗଦାନ କରି ବିଧାୟକ ପ୍ରତାପ ଜେନା ଙ୍କ ଦୃଢ଼ ସଂଗଠନ ଫଳରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ପୁର୍ନବାର ବିଜୁ ଜନତା ଦଳ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବ ବୋଲି ମତପ୍ରକାଶ କରିଥିଲେ l